ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ସାବିତ୍ର୍ରୀ ବ୍ରତ ପାଳିଲେ ମହିଳା
ଯାଜପୁର, (ଓ୍ବାଇଏନ୍ଏସ୍):ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ସାବିତ୍ର୍ରୀ ବ୍ରତ ପାଳିଲେ ମହିଳା । ଯାଜପୁର ବ୍ଲକ ସିମିଳିଆ ପଂଚାୟତର ସରପଂଚଙ୍କ ଉଦ୍ୟମ କ୍ରମେ ଏହା ସମ୍ଭବ ହୋଇପାରିଛି । ପଂଚାୟତର ମଇଦପୁର ସର୍ବମଂଗଳା ହାଇସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୩ ଜଣ ମହିଳା ରହିଥିବା ବେଳେ ଚଳିତ ବର୍ଷ ସାବିତ୍ରି ବ୍ରତ ପାଳନ କରିଛନ୍ତି । ସରପଂଚ ପ୍ରତ୍ୟେକ ମହିଳାଙ୍କ ପାଇଁ ନୂତନ ଶାଢ଼ି,ପଂଳମୂଳ ପ୍ରଦାନ କରିବା ସହିତ ପାରମ୍ପରିକ ପୂଜାର୍ଚ୍ଚନା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ସାମାଜିକ ଦୂରତା ରକ୍ଷା କରି ଏଭଳି ସାବିତ୍ରି ବ୍ରତ ପାଳନ ଉତ୍ସବରେ ଯାଜପୁର ବିଡିଓ ମଧ୍ୟ ଉପସ୍ଥିତ ରହି ସରପଂଚଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ ।ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳା ପାଳିଲେ ସାବିତ୍ରି ବ୍ରତ । କୋରୋନା ସନ୍ଦିଗ୍ଧ ଭାବେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ମହିଳା ମାନେ ପାରମ୍ପିରିକ ପୂଜାର୍ଚ୍ଚନା କରିବା ସହିତ ନିଜର ପତିପରମେଶ୍ୱରଙ୍କ ଦୀର୍ଘଜୀବନ କାମନା କରିଛନ୍ତି । ଏଭଳି ଏକ ନିଆରା ଘଟଣା ଯାଜପୁର ବ୍ଲକ ସିମିଳିଆ ପଂଚାୟତ ମଇଦପୁର ସ୍ଥିତ ସର୍ବମଂଗଳା ହାଇସ୍କୁଲ ଅସ୍ଥାୟୀ ମେଡିକାଲ କେନ୍ଦ୍ର ପରିସରରେ ଆଜି ଦେଖିବାକୁ ମିଳିଛି । ଏହି କେନ୍ଦ୍ରରେ ରହିଥିବା ୧୩ ଜଣ ମହିଳା ଙ୍କ ପାଇଁ ନୂତନ ଶାଢ଼ି ପଂଳ ମୂଳ ଭୋଗ ଇତ୍ୟାଦିର ବନ୍ଦୋବସ୍ତ କରିଥିଲେ ସରପଂଚ ପରେଶ ବିଶ୍ୱାଳ । ମହିଳା ମାନଙ୍କୁ ନିଜ ଭଉଣୀ ଭାବେ ଭାବି ଏଭଳି ଏକ ଉଦ୍ୟମ କରିଥିଲେ ସରପଂଚ । ଯାହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଥିଲେ ମହିଳା ।ଚଳିତ ବର୍ଷ କୋରୋନାର ପ୍ରଭାବରେ ପ୍ରଭାବିତ ହୋଇଛି ସାବିତ୍ରି ବ୍ରତ । ସବୁ ମନ୍ଦିର ଗୁଡିକରେ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିବା ବେଳେ କେତେକ ମନ୍ଦିର ଅଂଚଳରେ ୧୪୪ ଧାରା ଜାରି ହୋଇଛି । ଏହିି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ମହିଳା ମାନେ କେବେବି ଭାବି ନଥଲେ କି ଚଳିତ ବର୍ଷ ଏପରି ସାବିତ୍ରି ବ୍ରତ ପାଳନ କରିବାର ଏକ ସୁଯୋଗ ମିିଳିବ । କିନ୍ତୁ ସ୍ଥାନୀୟ ସରପଂଚଙ୍କ ଉଦ୍ୟମ କ୍ରମେ ଏହା ସମ୍ଭବ ହୋଇପାରିଛି । ଏଭଳି ଏକ ନିଆରା କାର୍ଯ୍ୟକ୍ରମରେ ଯାଜପୁର ବିଡିଓ ସୌରଭ ଚକ୍ରବର୍ତି ଏବଂ ଯାଜପୁର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ଉପସ୍ଥିତ ରହି ସରପଂଚଙ୍କ ପଦକ୍ଷେପକୁ ବେଶ ପ୍ରଶଂସା କରିଥିଲେ ।
ନିଜ ପରିବାର ଓ ଘରକୁ ଛାଡି ଏହି କେନ୍ଦ୍ରରେ ରହୁଥିବା ମହିଳା ମାନେ ଏଭଳି ସାବିତ୍ରି ବ୍ରତ ପାଳନ କରିବାର ସୁଯୋଗ ପାଇ ନିଜକୁ ମଧ୍ୟ ଧନ୍ୟ ମନେ କରିଛନ୍ତି ।