ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଆକ୍ରାନ୍ତଙ୍କ ଖାଦ୍ୟରେ ବିଚ୍ଛା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡା ଠାରେ କରୋନା ଆକ୍ରାନ୍ତଙ୍କ ପାଇଁ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଦ୍ୟରୁ ବିଛା ବାହାରିଛି । ବେତାଗୁଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଇବା ପାଇଁ ଖାଦ୍ୟ ପୁଡିଆ ଦିଆଯାଇଥିବା ବେଳେ ଜଣେ ଆକ୍ରାନ୍ତ ଉକ୍ତ ଖାଦ୍ୟ ପୁଡିଆ ଖୋଲିବା ବେଳକୁ ସେଥିରୁ ଏକ ମଲା ବିଛା ବାହାରିଥିଲା । ଫଳରେ ସେହି ରୁମ୍‌ରେ ରହିଥିବା ଅନ୍ୟ ଆକ୍ରାନ୍ତ ମାନେ ମଧ୍ୟ ଖାଦ୍ୟ ଖାଇନଥିଲେ । କିନ୍ତୁ ଏହା ପୂର୍ବରୁ ଅନ୍ୟ ରୁମ୍‌ରେଥିବା କିଛି କରୋନା ଆକ୍ରାନ୍ତ ବ୍ୟକ୍ତି ଖାଦ୍ୟ ଖାଇ ସାରିଥିଲେ । ସେତେବେଳେ ବିଳମ୍ବିତ ରାତି ହୋଇଥିବାରୁ ଅଭିଯୋଗ ପରେ ମଧ୍ୟ ସେମାନଙ୍କୁ ଆଉ ଖାଦ୍ୟ ଯୋଗାଇ ଦିଆଯାଇନଥିବା ଜଣାପଡିଛି । କରୋନା ଆକ୍ରାନ୍ତମାନେ ରହୁଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ ଅବ୍ୟସ୍ଥା ହେଉଛି ବୋଲି ବାରମ୍ବାର ଦାବୀ ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ