ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଲେ ସ୍ୱତନ୍ତ୍ର ଏଡିଏମ୍
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : କରୋନା ଆକ୍ରାନ୍ତଙ୍କ ପାଇଁ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିବା ବେଳେ ଏହାକୁ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅରୁଣ କୁମାର ମହାପାତ୍ର ରବିବାର ବୁଲି ଦେଖିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲାପାଳ ନିଳୋକ ହାଇସ୍କୁଲ ଠାରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ôଚ ଥିଲେ । ଏଠାରେ ରୋଗୀ ମାନଙ୍କ ପାଇଁ ଶର୍ଯ୍ୟା, ପାନୀୟ ଜଳ, ପାଇଖାନା, ବିଜୁଳି, ଔଷଧ ଆଦି ସମସ୍ତ ବ୍ୟବସ୍ଥା ଠିକ୍ ଭାବେ ହୋଇଛି କି ନାହିଁ ତାହା ତଦାରଖ କରିଥିଲେ । ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ପ୍ରାୟ ୬୩ ଜଣ ବ୍ୟକ୍ତି ଅନ୍ୟ ରାଜ୍ୟରୁ ଆସିଥିବା ବେଳେ ସେମାନେ ନାମ ପଞ୍ଜୀକୃତ କରିଥିବା ଜାଣିବାକୁ ପାଇଥିଲେ । ସେମାନଙ୍କ ମଧ୍ୟରୁ ୨୨ ଜଣ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଥିବାର ଦେଖାଯାଇଥିଲା । ଆଇସୋଲେସନରେ ଥିବା ସମସ୍ତ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ କୁହାଯାଇଥିଲା । ଏଥିସହ ଅନ୍ୟ ପଞ୍ଜୀକୃତ ଲୋକଙ୍କ ପାଇଁ ଅଧିକ ଶର୍ଯ୍ୟାର ବ୍ୟବସ୍ଥା କରିବାକୁ ସ୍ଥାନୀୟ ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲାପାଳଙ୍କ ପରିଦର୍ଶନ ବେଳେ ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ପଣ୍ଡା, ଜିଆରଏସ୍ ପ୍ରଦୀପ ବିଶ୍ୱାଳ ଉପସ୍ଥିତ ଥିଲେ ।