ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ରନ୍ଧାଖାଦ୍ୟ ସୁପରିଚାଳନା ତଦାରଖ କଲେ ବ୍ଲକ ଅଧ୍ୟକ୍ଷ

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ପରିସ୍ଥିତିରେ ରାଜ୍ୟ ସରକାର ସମସ୍ତ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା କରିଛନ୍ତି । ଏଥିସହ ଲକ୍ ଡାଉନ୍ ପରିସ୍ଥିତିରେ ଅସହାୟ ଗରିବ ଲୋକ ମାନଙ୍କ ମୁହଁରେ ରନ୍ଧାଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ବନ୍ତ ବ୍ଲକରେ ଏସବୁ କାର୍ଯ୍ୟ ସଠିକ୍ ଭାବେ ଚାଲୁଛି କି ନାହିଁ ସେଥିନେଇ ଶୁକ୍ରବାର ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ପ୍ରଥମେ ଗଣିଜାଙ୍ଗ ପଞ୍ଚାୟତରେ ପହଞ୍ôଚ ଥିଲେ । ସେଠାରେ ସରପଞ୍ଚ ରଞ୍ଜନ କୁମାର ସାହୁ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ପଣ୍ଡା ଓ ରାମପୁର ପଞ୍ଚାୟତ ପ୍ରାକ୍ତନ ସମିତି ସଭ୍ୟ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ଉପସ୍ଥିତିରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ ରନ୍ଧାଖାଦ୍ୟ ଠିକ୍ ଭାବେ ଚାଲିକି ନାହିଁ ତାହା ତଦାରଖ କରିଥିଲେ । ପରେ ସେ ଛୟାଳସିଂହ, ଟିଲୋ, ବସନ୍ତିଆ, ଓଡଙ୍ଗ ଆଦି ପଞ୍ଚାୟତ ପରିଦର୍ଶନ କରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ରନ୍ଧାଖାଦ୍ୟ ସୁପରିଚାଳନା ସଂପର୍କରେ ଅନୁଧ୍ୟାନ କରିଥିଲେ । ତାଙ୍କ ଗ୍ରସ୍ତ ବେଳେ ସରପଞ୍ଚ ଚିନ୍ତାମଣି ଘଡେଇ, ନିହାରିକା ରାଉତ, କିଶୋର କିଙ୍କର ପଢିଆରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ