ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଇନ୍ଭଟର ବ୍ୟାଟେରୀ ଚୋରି
ବନ୍ତ,(ଚାନ୍ଦିନୀ ମହାନ୍ତି):ବୁଧବାର ବିଳମ୍ବିତ ରାତ୍ରରେ ବନ୍ତ ଥାନା ଅଧିନ ଟିଲୋ ଗଡଚଣ୍ଡୀସ୍ଥିତ ମେନକାରାଣୀ ହାଇସ୍କୁଲ ଠାରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ତାଲା ଭାଙ୍ଗି ଦୃବୁର୍ତ୍ତ ମାନେ ୨ଟି ଇନ୍ଭଟର ଓ ବ୍ୟାଟେରୀ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, କରୋନା ମୁକାବିଲା ପାଇଁ ଟିଲୋ ପଞ୍ଚାୟତ ଅଧିନ ମେନକାରାଣୀ ହାଇସ୍କୁଲ ଠାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଛି । ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ଆଇସୋଲେସନରେ ରଖାଯିବା ନେଇ ଏହି କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ବୁଧବାର ବିଳମ୍ବିତ ରାତ୍ରରେ ବର୍ଷାପାଗ ସୁଯୋଗ ଦେଖି କୌଣସି ଦୃବୁର୍ତ୍ତ କୋଠାରୀର ତାଲା ଭାଙ୍ଗି ୨ଗୋଟି ଇନ୍ଭଟର ଓ ବ୍ୟାଟେରୀ ଚୋରି କରି ନେଇଛନ୍ତି । ଏନେଇ ସରପଞ୍ଚ ନିହାରିକା ରାଉତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।