ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ନିମ୍ନମାନର ଖାଦ୍ୟ ପ୍ରଦାନ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟରେ ପ୍ରବାସୀ ଓଡିଆମାନେ ରହିବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି । ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ବିଭିନ୍ନ ରାଜ୍ୟରୁ ଫେରିଥିବା ୪୫ଜଣ ପ୍ରବାସୀ ଓଡିଆ ରହୁଛନ୍ତି । ସରକାରଙ୍କ ନିୟମ ଅନୁସାରେ ପ୍ରଦତ ଖାଦ୍ୟଏଠାରେ ପ୍ରଦାନ କରାଯାଉ ନଥିବା ବେଳେ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବାରୁ ପ୍ରବାସୀମାନେ ବୁଧବାର ରାତ୍ର ଖାଦ୍ୟକୁ ବର୍ଜନ କରିଥିବା ଅଭିଯୋଗ ହୋଇଛି । ସରପଂଚ ଓ ଶିବିରର ନୋଡାଲ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗୁରୁବାର ଅନ୍ତେବାସୀମାନେ ମଧ୍ୟାହ୍ନରେ ଖାଦ୍ୟ ଗ୍ରହଣ କରିଥିବା ଜଣାଯାଇଛି । ସୂଚନା ମୁତାବକ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୪୫ଜଣ ଅନ୍ତେବାସୀ ରହୁଛନ୍ତି । ଏହି ଶିବିରରେ ସ୍ୱୟଂ ସହାୟକ ଦଳ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଉକ୍ତ ଖାଦ୍ୟ ସରକାରୀ ନିୟମ ଅନୁସାରେ ନ ହୋଇ ନିମ୍ନମାନର ହେଉଥିବାରୁ ଅନ୍ତେବାସୀ ବୁଧବାର ରାତ୍ରଭୋଜନ ଖାଇ ନଥିବା ଜଣାଯାଇଛି । ଏପରିକି ମଧ୍ୟାହ୍ନ ଭୋଜନରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ରାତି ସମୟରେ ଯୋଗାଇ ଦିଆଯାଉଥିବା କେତେକ ଅନ୍ତେବାସୀମାନେ ଅଭିଯେଗା କରିଛନ୍ତି । ନିମ୍ନମାନର ଖାଦ୍ୟ ଯୋଗୁ ଅନ୍ତେବାସୀମାନେ ନିଜ ଘରୁ ଖାଦ୍ୟ ମଗାଉଥିବା ବେଳେ ଶିବିରକୁ ପରିବାର ଲୋକ ଖାଦ୍ୟ ଆଣି ପହଂଚୁଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ଖାଦ୍ୟ ସଂର୍ପକରେ ପଂଚାୟତର ସରପଂଚଙ୍କୁ ଅନ୍ତେବାସୀମାନେ ଜଣାଇବା ପାଇଁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସରପଂଚ ସେଠାକୁ ଆସିନଥିଲେ । ଫଳରେ ଅନ୍ତେବାସୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।ଗୁରୁବାର ସକାଳେ ଅନ୍ତେବାସୀମାନେ ଜଳଖିଆ ଗ୍ରହଣ ନକରିବାରୁ ସରପଂଚ ଓ ପଂଚାୟତ ନୋଡାଲ ଅଧିକାରୀ ବୁଝାସୁଝା କରିବା ପରେ ଅନ୍ତେବାସୀ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିବା ଜଣାଯାଇଛି ।ଏ ସଂପର୍କରେ ପଂଚାୟତ ସରପଂଚ ବ୍ରଜକିଶୋର ପରିଜାଙ୍କୁ ପଚାରିବାରୁ ବୁଧବାର ରାତ୍ର ଭୋଜନ ନିମ୍ନାମାନର ହେଉଥିବା ଅଭିଯୋଗ କରି ଖାଇନଥିଲେ । ସେମାନଙ୍କୁ ଆଜି ବୁଝାଇବା ପରେ ଖାଦ୍ୟ ଖାଇଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ