ଅହମ୍ମଦାବାଦର ଜାଇଡସ୍ ବାୟୋଟେକ ପାର୍କ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାଇଡସ କ୍ୟାଡିଲା ଦ୍ୱାରା ବିକଶିତ କରାଯାଉଥିବା ଡିଏନଏ ଆଧାରିତ ସ୍ୱଦେଶୀ ଟୀକା ବିଷୟରେ ଅଧିକ ଜାଣିବା ଲାଗି ଅହମ୍ମଦାବାଦ ସ୍ଥିତ ଜାଇଡସ ବାୟୋଟେକ ପାର୍କ ପରିଦର୍ଶନ କରିଛନ୍ତି ।ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଥିଲେ, “ଜାଇଡସ କ୍ୟାଡିଲା ଦ୍ୱାରା ବିକଶିତ କରାଯାଉଥିବା ଡିଏନଏ ଆଧାରିତ ସ୍ୱଦେଶୀ ଟୀକା ବିଷୟରେ ଅଧିକ ଜାଣିବା ଲାଗି ଅହମ୍ମଦାବାଦସ୍ଥିତ ଜାଇଡସ ବାୟୋଟେକ ପାର୍କ ପରିଦର୍ଶନ କଲି । ଏହି କାର୍ଯ୍ୟ ପଛରେ ଥିବା ଟିମର ପ୍ରୟାସକୁ ମୁଁ ପ୍ରଶଂସା କରୁଛି । ଏହି ଯାତ୍ରାରେ ସେମାନଙ୍କୁ ସହାୟତା ଦେବା ଲାଗି ଭାରତ ସରକାର ସେମାନଙ୍କ ସହିତ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ