ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ଅନ୍ତର୍ଭୁକ୍ତ କରିବାକୁ ନେଇ ସ୍ୱାକ୍ଷର ଅଭିଯାନ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅହିଂସାକୁ ଭାରତର ସମ୍ବିଧାନର ମୁଖବନ୍ଧରେ ଅନ୍ତର୍ଭୁକ୍ତ କରିବାକୁ ବିଜେଡି ପକ୍ଷରୁ ସ୍ୱାକ୍ଷର ଅଭିଯାନ କାର୍ଯ୍ୟକ୍ରମ ଚାଲୁ ରହିଛି । ବିଜେଡି ଜିଲ୍ଲା ସଭାପତି ବିମ୍ବାଧର ବିଶ୍ୱାଳଙ୍କ ସଂଯୋଜନାରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ବହୁ ଲୋକ ସାମିଲ ହେଉଥିବା ଦେଖିବାକୁ ମିଳିଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିର ପିତା ମାହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ଅହିଂସାକୁ ଭାରତର ସମ୍ବଧାନ ମୁଖବନ୍ଧରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହାକୁ ସବୁ ସ୍ତରର ଲୋକମାନେ ସମର୍ଥନ କରୁଥିବା ବେଳେ ଦାବିପତ୍ରରେ ଦସ୍ତଖତ କରି ନିଜକୁ ସାମିଲ କରୁଛନ୍ତି ।