ଅହିଂସା ରଥକୁ ରାଇରଙ୍ଗପୁରରେ ଭବ୍ୟ ସ୍ୱାଗତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଅହିଂସା ରଥକୁ ଭାରତ ସ୍ୱାଧୀନତା ତଥା ଆଜାଦିକା ଅମୃତ ମହୋତ୍ସବ ତଥା ସ୍ବାଧୀନତାର ୭୫ ବର୍ଷ ଅବସରରେ ରାଜ୍ୟବ୍ୟାପି ପରିକ୍ରମା କରୁଥିବା ଅହିଂସା ରଥକୁ ରାଇରଙ୍ଗପୁରରେ ଭଵ୍ଯ ସ୍ୱାଗତ କରାଯାଇଛି । ରାଜ୍ୟ ସରକାରଙ୍କ ପ୍ରୟୋଜିତ ଏହି ରଥ ପରିକ୍ରମାର ମହତ ଉଦ୍ୟେଶ୍ୟ ହେଉଛି ଦାରିଦ୍ର୍ଯ ଦୂରିକରଣ କରିବା, ସମସ୍ତଙ୍କ ମଧ୍ୟରେ ସମାନତା ଆଣିବା,ସାମାଜିକ ମୂଲ୍ୟବୋଧକୁ ବଂଚାଇ ରଖିବା, ଅହିଂସା, ପ୍ରଗତି,ସମ୍ମୁଖରେ ଦୁଖୀହେବା,ପ୍ରଗତିର ରଥକୁ ଆଗକୁ ବଢେଇବା, ଶାନ୍ତି ପ୍ରତିଷ୍ଠା କରିବା ହେଉଛି ମୂଳମନ୍ତ୍ର । ରାଇରଙ୍ଗପୁର ରେ ଏହି ରଥ ପହଞ୍ଚିବାପରେ ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ଶତପଥୀ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ବାମଞଘାଟୀ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି, ପ୍ରଫୁଲ୍ଲ ସାହୁ, ପୌରପାଳିକାର ସମସ୍ତ ବିଭାଗର କର୍ମଚାରୀ, ପୌରାଞ୍ଚଳର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ,, ଆଶା କରନ୍ତି,ଅଙ୍ଗନବାଡ଼ି କର୍ମି,ପୋଲିସ,ବୁଦ୍ଧିଜୀବୀ, ସାମାଜିକ କର୍ମୀ, ବିଭିନ୍ନ ଗଣ ସଂଗଠନ,ରାଜନୈତିକ ସଂଗଠନର ସଦସ୍ୟ ବୃନ୍ଦ,ଜନପ୍ରତିନିଧି, ଛାତ୍ର ଛାତ୍ରୀ ଗଣମାଧ୍ୟମ ପ୍ରତିନିଧି, ସ୍ବୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତି ସଦସ୍ୟା,ଓ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ବନ୍ଦାପନା କରି,ତ୍ରୀରଙ୍ଗା ପତାକା ଧରି ଭାରତମାତା କୀ ଜୟ, ବନ୍ଦେ ମାତରମ୍, ମହାତ୍ମା ଗାନ୍ଧୀ କୀ ଜୟ ଆଦି ସ୍ଲୋଗାନ ଦେଇ ,ଫୁଲ ଚନ୍ଦନ, ହୁଳହୁଳି, ଶଙ୍ଖ ଧ୍ୱନି ଦେଇ ଅହିଂସା ରଥକୁ ସ୍ୱାଗତ କରିଥିଲେ । ବିଦ୍ୟାଳୟର କେତେକ ଛାତ୍ର ଛାତ୍ରୀ ସ୍ୱାଗତ ଗୀତ ଓ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ ସମସ୍ତଙ୍କୁ ମନମୁଗ୍ଧ କରିଥିଲେ lଶେଷରେ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିବାରୁ ଉପସ୍ଥିତ ଓ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ପୌରାଧୀକାରୀ ଧର୍ମେନ୍ଦ୍ର ଶତପଥୀ ।