ଅହିଂସା ରଥକୁ ସ୍ବାଗତ ପାଇଁ ଦିଗପହଣ୍ଡି ରେ ବ୍ୟାପକ ପ୍ରସ୍ତୁତି

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଏବଂ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ପରିକ୍ରମା କରୁଥିବା ଅହିଂସା ରଥକୁ ଦିଗପହଣ୍ଡିରେ ସ୍ବାଗତ ଜଣାଇବା ଉଦ୍ଦେଶ୍ୟରେ ସୋମବାର  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ହଳଧର ଶବରଙ୍କ ସଂଯୋଜନାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅହିଂସା ରଥ ୨୩ ତାରିଖ ଦିନ ପୂର୍ବାହ୍ନରେ ଗଜପତି ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ପ୍ରବେଶ କରିବା ନେଇ ସୂଚନା ଦିଆଯାଇଥିଲା।ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ପୁଞ୍ଜିକୟାଁ ଛକଠାରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା।ସନ୍ଥ ଅରକ୍ଷିତଙ୍କ ଛକ ଠାରୁ ଅଭିଯାତ୍ରୀ ଦଳଙ୍କୁ ବିରାଟ ପଟୁଆରରେ ପାଛୋଟି ଅଣାଯିବା ସହ ପୁଞ୍ଜିକୟାଁ ଛକଠାରେ ସମ୍ବର୍ଦ୍ଧନା ସଭା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।ଅନୁଷ୍ଠିତ ଏହି ବୈଠକରେ ଦିଗପହଣ୍ଡି ତହସିଲଦାର ସିପକ୍ କୁମାର ପାତ୍ର, ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷା ସୁନିତା ସେଠୀ, ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ୍ଲ  ପଣ୍ଡା, ବିଇଓ କୋରେଶ ସେଠୀ, ଅଙ୍ଗନୱାଡ଼ି ସୁପ୍ରଭାଇଜର ଭାଗ୍ଯଲତା ପାତ୍ରଙ୍କ ସମେତ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ, ବି.କ୍ରିଷ୍ଣାରାଓ ସୁବୁଦ୍ଧି,  ଫନିନ୍ଦ୍ର ଗୋସ୍ୱାମୀ, ପ୍ରଶାନ୍ତ କୁମାର ପ୍ରଧାନ, ରବିଚନ୍ଦ୍ର ଗୌଡ, ଦେବହରି ଗୌଡ, ଟୁଲୁ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ବିଜୟ କୁମାର ପ୍ରଧାନ, ଚିତ୍ରସେନ ଗୌଡ, କେ. କୁନା, ରଞ୍ଜିତ ବେହେରା, କରନ୍ତି କାଉନସିଲର ସୁନିଲ କୁମାର ପଣ୍ଡା ପ୍ରମୁଖ ବହୁ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ