ଅ‌ଗ୍ନିଶମ କର୍ମଚାରୀ ମାନଙ୍କ ଦ୍ୱାରା ପୋଷ୍ଟ ଅଫିସ୍ ବିଷୋଧନ

ଛତ୍ରପୁର,(ଦେବଦ‌ତ୍ତ ମହାରଣା): ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଅତି ଜରୁରୀ କାର୍ଯ୍ୟ ନଥିଲେ ସରକାରୀ କାର୍ଯ୍ୟାଳୟ କୁ ନ ଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଥିବା ବେଳେ ଏହି ସମୟ ମଧ୍ୟରେ କାର୍ଯ୍ୟାଳୟ ଗୁଡିକୁ ଫାୟାର କର୍ମଚାରୀ ମାନଙ୍କ ଦ୍ୱାରା ବିଷୋଧନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଫାୟାର କାର୍ଯ୍ୟାଳୟ ପକ୍ଷରୁ ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ତତ୍ୱାବଧାନରେ ଆଜି ଛତ୍ରପୁର ର ମୁଖ୍ୟ ପୋଷ୍ଟ ଅଫିସ୍ କୁ ବିଷୋଧନ କରାଯାଇଛି । ଏହି ବିଷୋଧନ କାର୍ଯ୍ୟକ୍ରମରେ ମୁଖ୍ୟ ଆଗ୍ନିକ ପ୍ରଭାକର ଜେନା, ଡ୍ରାଇଭର ଚନ୍ଦ୍ରଶେଖର ସାମନ୍ତରାୟ, ଫାୟାରମ୍ୟାନ ଗୋବର୍ଦ୍ଧନ ବେହେରା ଓ ରଶ୍ମି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ