ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ରକ୍ଷକ-୨ ସଚେତନତା କାର୍ଯ୍ୟକ୍ରମ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଦିନକୁ ଦିନ ଭାରତ ଦୃତ ବିକାଶ ପଥରେ ଆଗେଇ ଚାଲିଛି । ଖଣି,ଶିଳ୍ପ ଓ କୃଷି କ୍ଷେତ୍ରରେ ଦୃତ ପ୍ରଗତି ବୃଦ୍ଧି ପାଉଛି । ପରିବହନ କ୍ଷେତ୍ରରେ ମଧ୍ୟ ପ୍ରଗତି ବୃଦ୍ଧି ପାଉଛି । ଏହାକୁ ନେଇ ସରକାର ରାସ୍ତାଘାଟ , ସଡ଼କ ପଥରେ ମଧ୍ୟ ବିକାଶ ଘଟାଉଛନ୍ତି । ଯେତେ ପ୍ରଗତି ହେଲେ ମଧ୍ୟ ସେହି ମାତ୍ରାରେ ରାସ୍ତା ଦୁର୍ଘଟଣା, କଳକାରଖାନାରେ ଦୁର୍ଘଟଣା ବୃଦ୍ଧି ପାଉଛି । ଅକାଳରେ ଅମୁଲ୍ୟ ଜୀବନ ନଷ୍ଟ ହେଉଛି । ଦୁର୍ଘଟଣାକୁ ନେଇ ସରକାର ଚିନ୍ତିତ । ସମସ୍ତଙ୍କ ଜୀବନ ଅମୂଲ୍ୟ । ଗୋଟିଏ ଜୀବନ ତା’ପାଇଁ, ତା’ପରିବାର ପାଇଁ ଏବଂ ସମାଜ ପାଇଁ ଅମୂଲ୍ୟ ଅଟେ । ଦୁର୍ଘଟଣାଗ୍ରସ୍ତଙ୍କୁ ସୁରକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ସମସ୍ତେ ତତ୍ପର ହେବା ଉଚିତ । ଏହାକୁ ନେଇ ସରକାର ଓଡ଼ିଶାର ୩୦ ଟି ଜିଲ୍ଲାରେ ରକ୍ଷକ ତାଲିମ କେନ୍ଦ୍ର ଖୋଲିଛନ୍ତି ।ଆଜି ରାଇରଙ୍ଗପୁର ଆଂଚଳିକ ପରିବହନ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ରକ୍ଷକ ୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଆରଟିଓ କେ ଭେଙ୍କଟେସ, ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ‌,ଏମସିଆଇ ଆଶୁତୋଷ ନାଏକ, ଜିଲ୍ଲା ଯୁନିଅର‌ର ରେଡ଼କ୍ରସ ଅଧିକାରୀ ସ୍ମୃତି ରଂଜନ ପାଣି , ମାଷ୍ଟର ଟ୍ରେନର ରାଇରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟାପକ ହଳଧର ବାରିକ, ମାଷ୍ଟର ଟ୍ରେନର ପଞପିଢ ମହିଳା ବିଦ୍ୟାଳୟ ଅଧ୍ୟାପକ ମାନସ ରଂଜନ ବେହେରା, ମାଷ୍ଟର ଟ୍ରେନର ଶିକ୍ଷୟତ୍ରୀ ମିତା ହାଁସଦା ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ଗଣ କହିଥିଲେ ଭାରତରେ ପ୍ରତ୍ୟେକ ବର୍ଷ ୬୦୦୦ ରୁ ଉର୍ଦ୍ଧ୍ବ ଲୋକେ ରାସ୍ତା ଦୁର୍ଘଟଣା ରେ ମୃତ୍ୟୁ ବରଣ କରୁଥିବାବେଳେ ପ୍ରତି ୨ ମିନିଟରେ ଜଣେ ଲେଖାଏଁ ମୃତ୍ୟୁବରଣ କରୁଛନ୍ତି । ତେଣୁ ମୃତ୍ୟୁ ହାରକୁ ଶତକଡା ୨୫ ଭାଗ କମାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟତଃ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତଦକ୍ଷଣାତ୍ ଆଶୁ ଚିକିତ୍ସା (ସୁବର୍ଣ୍ଣ ମୂହୁର୍ତ୍ତ) ଯୋଗାଇଲେ ରୋଗୀଟି ଆପାତତଃ ବଂଚିବା ସମ୍ଭାବନା ହୋଇପାରିବ ! ଏଥିପାଇଁ ପ୍ରାଥମିକ ସେବାକାରୀ ବ୍ୟକ୍ତି ତାଲିମ ପ୍ରାପ୍ତ ହେବା ଉଚିତ । ଏହାକୁ ନେଇ ରାଜ୍ୟରେ ୩୦୦ ମାଷ୍ଟର ଟ୍ରେନର ନିଯୁକ୍ତି ହୋଇଛନ୍ତି । ସେମାନେ ୩୦,୦୦୦ ପ୍ରାଥମିକ ସେବାକାରୀଙ୍କୁ ତାଲିମ ପ୍ରଦାନ କରିବେ । ଆରଟିଓମାନେ ଦୁର୍ଘଟଣା ପ୍ରବଣ ଅଂଚଳ ଚିହ୍ନଟ କରି ସ୍ଥାନୀୟ ଯୁବକ/ଯୁବତୀଙ୍କୁ ମାଷ୍ଟର ଟ୍ରେନର ଙ୍କ ଦ୍ବାରା ରକ୍ଷକ ତାଲିମ ପ୍ରଦାନ କରିବେ । ଯେଉଁମାନେ ଖବର ପାଇ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିକୁ ଆଶୁ ଚିକିତ୍ସା କରାଇ ନିକଟସ୍ଥ ଡ଼ାକ୍ତରଖାନାରେ ପହଞ୍ଚାଇବା ବ୍ୟବସ୍ଥା କରିବେ ।ସେହି ପ୍ରାଥମିକ ସେବାକାରୀଙ୍କୁ ପୁରସ୍କୃତ କରାଯିବ । କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ମାନେ ବିଭିନ୍ନ ପ୍ରକାରର ତାଲିମ କୌଶଳ‌ ଶିକ୍ଷା ପ୍ରଦର୍ଶନ କରିଥିଲେ । ଗଣମାଧ୍ୟପ୍ରତିନିଧି ବୁଦ୍ଧିଜୀବୀ, ଯୁବ ବର୍ଗ, ସ୍ବେଛାସେବୀ, ବିଭିନ୍ନ ଗାଡି‌ମାଲିକ,ଡ୍ରାଇଭର,ଖଲାସୀ ସମ୍ୟକ ରକ୍ଷକ ତାଲିମ ସଚେତନତା ଉପରେ ଅବଗତ ହୋଇଥିଲେ । ସମସ୍ତେ ତାଲିମ ନେବା ସହ ପଡ଼ୋଶୀ ମାନଙ୍କୁ ମଧ୍ୟ ସଚେତନ କରାଇବା ପାଇଁ ଏଆରଟିଓ କେ ଭେଙ୍କଟେଶ୍ ବକ୍ତବ୍ୟ ରଖିଥିଲେ । ସେହିଭଳି ଆଇଆଇସି ଅଭୟ ସୁଦର୍ଶନ ବାଗେ‌ କହିଥିଲେ ମଦ ପିଇ ଗାଡି ନ ଚଲାଇବା, ମୋବାଇଲ କାନରେ ରଖି ଗାଡି ନ ଚଲାଇବା,କମ ବୟସର ଯୁବକ/ଯୁବତୀ ଗାଡି ଚଲାଇବା, ଟ୍ରାଫିକ ନିୟମ ମାନିବା, ଦୃତ ଗତିରେ ଅନ୍ୟ ଗାଡ଼ିକୁ ଅତିକ୍ରମ ନ କରିବା,ହେଲମେଟ ନ ପିନ୍ଧିବା, କାରରେ ବେଲଟ ନ ଲଗାଇ ବସିବା, ସରକାର ଙ୍କ ନିୟମକୁ ପାଳନ କରିବା ଇତ୍ୟାଦି ଉପରେ ଗୁରୁତ୍ବ ‌ଦେଇଥିଲେ । କାର୍ଯ୍ୟକ୍ରମରେ ଲିପୁ, ଟୁଲୁ , ନନା ଏବଂ ଅନ୍ୟାନ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ