ଆଂଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ସଡ଼କ ସୁରକ୍ଷା ସଚେତନତା” କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଆଂଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ “ଯୁବ ଓଡ଼ିଶା ନବୀନ ଓଡ଼ିଶା” ମାଧ୍ୟମରେ “ସଡ଼କ ସୁରକ୍ଷା ସଚେତନତା” ପାଳନ ହୋଇଯାଇଛି ।ପ୍ରଥମେ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଓ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ସମାଜ ସେବୀ ଶୂଳପଣୀ ଶତପଥୀ ସମସ୍ତଙ୍କୁ ସଡ଼କ ସୁରକ୍ଷା ଜନିତ ଶପଥ ପାଠ କରାଇଥିଲେ । ତତ୍ ପରେ ଆଞ୍ଚଳିକ ପରିବହନ ବିଭାଗର ଏମ୍ . ଭି . ଆଇ ଭାଗିରଥି ନାଇକ ପତାକା ଦେଖାଇ ସଡ଼କ ସୁରକ୍ଷା ରାଲିର ଶୁଭାରମ୍ଭ କରିଥିଲେ । ବିଦ୍ୟାର୍ଥୀ ମାନେ ବିଭିନ୍ନ ସଡ଼କ ସୁରକ୍ଷା ସ୍ଲୋଗାନ ଦେଇ ମୁଖ୍ୟ ସଡ଼କ ଠାରେ ପହଁଚିଥିଲେ। ସେଠାରେ “ଯୁବ ଓଡ଼ିଶା” କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସମାଜ ସେବା ସଂଯୋଜକ କୁମୁଦ ଚନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଉପସ୍ଥିତ ଆଞ୍ଚଳିକ ପରିବହନ ବିଭାଗର ଏମ୍.ଭି. ଆଇ ଭାଗିରଥି ନାଇକ ,ସହକାରୀ ଟ୍ରାଫିକ ସବ-ଇନିସପେକ୍ଟର ଏସ୍. କେ . ଅନସୁଦିନ, ଅବସର ପ୍ରାପ୍ତ ଆର୍ମି ଅଧିକାରୀ କେପ୍ ଟେନ୍ ମହେନ୍ଦ୍ର କୁମାର ସ୍ବାଇଁ , ଗାଙ୍ଗପୁର ଥାନା ଏସ୍ .ଆଇ ଉମା ଚରଣ ପ୍ରଧାନ ପ୍ରମୁଖ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ସମାଜସେବୀ ଶୂଳ ପାଣି ଶତପଥୀ ସଡ଼କ ସୁରକ୍ଷା ସମ୍ପର୍କୀୟ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରିଥିଲେ । ଯୁବ ରେଡକ୍ରସ୍ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାର୍ଥୀ ମାନେ ଜନସାଧାରଣ ଏବଂ ଗାଡ଼ି ଚାଳକ ମାନଙ୍କୁ ସଡ଼କ ସୁରକ୍ଷା ସଚେତନତା ପ୍ରଚାର ପତ୍ର ବିତରଣ ସହ ହେଲିମେଟ୍ ବ୍ୟବହାର କରିନଥିବା ଗାଡ଼ି ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରିଥିଲେ । ଶେଷରେ ସମସ୍ତ ଅତିଥି ମାନଙ୍କ ଦ୍ଵାରା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କ୍ରିକେଟ୍ ମ୍ୟାଚ୍ ଉଦ୍ ଘାଟନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦିପୁ ଭୂୟାଁ,ପି ଦୀପକ ରାଓ ,ମହେଶ୍ୱର ରାଉତ , ଗଙ୍ଗାଧର ରଣା ,ମହେଶ୍ୱର ଗୌଡ଼, ବଳରାମ ଗୌଡ଼, ରାମଚନ୍ଦ୍ର ନାୟକ , ଗାଙ୍ଗପୁର ଥାନା ଓ ପରିବହନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ