ଆଂଚଳିକ ଶିକ୍ଷା ପ୍ରତିଷ୍ଠାନର ହୀରକ ଜୟନ୍ତୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏନ୍‌ସିଇଆରଟି ପରିଚାଳିତ ଭୁବନେଶ୍ୱର ଆଂଚଳିତକ ଶିକ୍ଷା ପ୍ରତିଷ୍ଠାନ ପୁରାତନ ଛାତ୍ର ସଂସଦର ୧୧ତମ ବାର୍ଷିକ ସମ୍ମିଳନୀ ଓ ସଂସଦ ପକ୍ଷରୁ ଆୟୋଜିତ ଏହି ଶିକ୍ଷା ପ୍ରତିଷ୍ଠାନର ହୀରକ ଜୟ୍‌ନ୍ତୀ ପୁରାତନ ଛାତ୍ର ସଂସଦର ସଭାପତି ଡ. ହାଡ଼ିବନ୍ଧୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସ୍ୱାଗତ ଭାଷଣ ଦେଇଥିଲେ ଉପସଭାପତି ରମେଶଚନ୍ଦ୍ର ପାତାଳସିଂହ । ପୁରାତନ ଛାତ୍ର ସଂସଦର ସାଂପଦକ ପ୍ରାଧ୍ୟାପକ ସହଦେବ ମଲ୍ଲିକ ବାର୍ଷିକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏଥିରେ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଓ ପ୍ରାକ୍ତନ ପ୍ରଫେସର ଡ ପ୍ରମୋଦ କୁମାର ଦାସ ଯଥାକ୍ରମେ ସମ୍ମାନିତ ଓ ମୁଖ୍ୟ ଅତିଥି ଭାବେ ଯେଗାଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହ ଉଦ୍‌ବୋଧନ ଦେଇଥିଲେ ଯାହା ଅତ୍ୟନ୍ତ ପ୍ରେରଣାଦାୟକ ଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ହୀରକ ଜୟନ୍ତୀ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ପୁରାତନ ଛାତ୍ରମାନେ ପ୍ରାକ୍ତନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସଭ୍ୟପଦ ଗ୍ରହଣ କରିଥିବା ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଷ୍ଠାନ ସ୍ମାରକୀଯୁକ୍ତ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା । ନିଜ ମାତୃଶିକ୍ଷାନୁଷ୍ଠାନର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ନିଜର ଯଥୋଚିତ କର୍ତବ୍ୟ ସଂପାଦନା ପାଇଁ ଅଂଗୀକାର ଘୋଷଣା କରିଥିଲେ । ମନୋରଂଜନ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ସଂପାଦକ ଶ୍ରୀଯୁକ୍ତ ମଲ୍ଲିକଙ୍କ ଛାତ୍ରୀ ଅନ୍ନପୂର୍ଣ୍ଣା ମହାପାତ୍ର ଯାହା ସମସ୍ତଙ୍କ ବିମୁଗ୍ଧ କରିଥିଲା । ଅଧିବେଶରେ ଧନ୍ୟବାଦ ଅର୍ପଣ କରିଥିଲେ ଛାତ୍ର ସଂସଦର ପଶ୍ଚିମବଂଗ ପ୍ରାନ୍ତର ସଂପାଦକ ଅଧ୍ୟାପକ ଡ. ଆଲୋକ ବରଣ ପଟ୍ଟନାୟକ । ସମ୍ମିଳନୀରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ତ୍ରିପୁରା, ଝାଡ଼ଖଣ୍ଡ ର ପୁରାତନ ଛାତ୍ରଛାତ୍ରୀମାନେ ଶତାଧିକ ସଂଖ୍ୟାରେ ଯୋଗଦେଇଥିଲେ । ଅପରାହ୍ନ ବୈଠକରେ ଅଧ୍ୟକ୍ଷତା କରିଥିଲେ ସଂସଦର ଉପଦେଷ୍ଟା ଡ. ସତ୍ୟବ୍ରତ କର ଓ ପ୍ରାକ୍ତନ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା । ଧନ୍ୟବାଦ ପ୍ରଦାନ କରିଥିଲେ ସହ ସଂପାଦକ ପ୍ରତାପ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିଲେ ସୁବାସ ଚନ୍ଦ୍ର ରାଉତ ଓ ଜ୍ୟୋସ୍ନା ଦାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ