ଆଂଚଳିକ ଶିଳ୍ପ ଓ ହସ୍ତକଳା ଉଦ୍ୟୋଗୀ ପ୍ରଦର୍ଶନୀ ଉଦଯାପିତ।

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା) କୋଣାର୍କ ସ୍ଥିତ ଟୁରିଷ୍ଟ ମାର୍କେଟ ଛକ ସନ୍ନିକଟ ଡିଲକ୍ସ ହୋଟେଲ ସାମନା ପଡିଆ ଠାରେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ ଏବଂ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଵିଭାଗ ସହାୟତା ରେଅରୂପା ଆନୁକୂଲ୍ୟରେ ଗତ ୨୩ ଫେବୃଆରୀ ଠାରୁ ଆରମ୍ଭ ହୋଇଥିବା ୮ଦିନିଆ ଆଂଚଳିକ ଶିଳ୍ପ ଓ ହସ୍ତକଳା ଉଦ୍ୟୋଗୀ ପ୍ରଦର୍ଶନୀ ରଵିଵାର ସନ୍ଧ୍ୟା ରେ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଅରୂପା ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଯାପନୀ ସମାରୋହ ରେ ଅତିଥି ଭାବରେ ପୁରୀ ଵିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଙ୍କୁ କୋଣାର୍କ ବି ଜେ ପି ମଣ୍ଡଳ ପକ୍ଷରୁ ପୁଷ୍ପ ଗୁଛ ଦିଆଯାଇ ସ୍ଵାଗତ ସମ୍ବର୍ଦ୍ଧନା କରାଯଇଥିଲା ।କାକଟପୁର ପୂର୍ବତନ ବିଧାୟକ ରଵି ମଲ୍ଲିକ, ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ ର ସହ ନିର୍ଦ୍ଦେଶକ ବିକ୍ରମ କୁମାର ମହାରଣା,ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର ର ସହକାରୀ ପରିଚାଳକ ହେମନ୍ତ କୁମାର ନାୟକ, ଅରୂପା ର ଉପଦେଷ୍ଟା ଉମେଶ ଚନ୍ଦ୍ର ସ୍ୱାଇଁ ଓ ସୋଲାର ର ସଂପାଦକ ହରିଶ୍ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ହସ୍ତ ଶିଳ୍ପ ସାମଗ୍ରୀ ନିମନ୍ତେ ବଜାର ସୃଷ୍ଟି, ସେମାନଙ୍କୁ ସ୍ୱାବଲମ୍ବୀଶୀଳ କରି ଆର୍ଥିକ ରୋଜଗାରକ୍ଷମ କରିବା ପାଇଁ ଏହି ଆଠ ଦିନିଆ ଆଂଚଳିକ ଶିଳ୍ପ ଓ ହସ୍ତକଳା ଉଦ୍ୟୋଗୀ ପ୍ରଦର୍ଶନୀ ଏକ ମାଇଲ ଖୁଣ୍ଟ ସଦୃଶ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଅରୂପା ପକ୍ଷରୁ ହସ୍ତ ଶିଳ୍ପ କାରିଗର ମାନଙ୍କୁ ପ୍ରୋତ୍ସାହିତ କରିବା ସହ ସ୍ୱାବଲମ୍ବୀ କରି ଆର୍ଥିକ ମାନଦଣ୍ଡ ର ସୁଧାର ଆଣିବା ପାଇଁ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ରେ ନିୟମିତ ଭାବେ ଆୟୋଜିତ କରାଯିବ ବୋଲି ଅରୂପା ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ସାହୁ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ପ୍ରତାପ କୁମାର ରାଉତ ସଂଯୋଜନା କରିଥିଲାବେଳେ ଅର୍କଶ୍ରୀ ର କାର୍ଯ୍ୟକ୍ରମ ଅଧିକାରୀ ସୁରେଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ। ପରିଶେଷରେ ଅରୂପା ଅନୁଷ୍ଠାନ ପକ୍ଷରୁ ଚେତନା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ