ଆଂଚଳିକ ସାମ୍ବାଦିକ ସଂଘ ଗଠିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ ବ୍ଳକ ଅଂଚଳରେ ସାମ୍ବାଦିକ ଭାବେ କାର୍ଯ୍ଯ କରୁଥିବା ବ୍ଯକ୍ତି ମାନଙ୍କୁ ନେଇ ଆଂଚଳିକ ସାମ୍ବାଦିକ ସଂଘ ଗଠିତ ହୋଇଯାଇଛି।ସଂଘର ପ୍ରଥମ ବୈଠକ ନରେନ୍ଦ୍ରପୁର ଗ୍ରାମ ର ମାଁ କାମାକ୍ଷୀ ଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଦେବୀ ପ୍ରସାଦ ଦାଶ ଅଧକ୍ଷତା କରିଥିଲେ। ଏହି ସଂଘ ଅଂଚଳର ବିକାଶ ଦିଗରେ କାମ କରିବାକୁ ସମସ୍ତ ସଭ୍ଯ ମାନେ ମତ ପ୍ରକାଶ କରିଥିଲେ। ଶେରଗଡ ବ୍ଳକ ବିଭିନ୍ନ ସାମାଜିକ ସେବା ଓ ଲୋକ ମାନଙ୍କ ବିକାଶ ରେ ଆଂଚଳିକ ସାମ୍ବାଦିକ ସଂଘ ହାତ ବଢେଇ ବିକାଶ କୁ ଆଗେଇ ନିଆଯିବ ବୋଲି ସଂଘ ର କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ। ସଂଘ ପୁନଗଠନ ପୂର୍ବରୁ ଆଞ୍ଚଳିକ ସାମ୍ବାଦିକ ସଂଘ ର ସଭାପତି ଭାବେ ସୂର୍ଯ୍ଯନାରାୟଣଦାଶ, ଉପସଭାପତି ଭାବେ ପ୍ରଫୁଲ କୁମାର ମହାନ୍ତି, ସମ୍ପାଦକ ଭାବେ ଅଶୋକ କୁମାର ଦାଶ, ସାଂଗଠନିକ ସମ୍ପାଦକ ଭାବେ ଭିକୁ ନାୟକ, କୋଷାଧ୍ୟକ୍ଷ ଭାବେ ରାଜୀବ କୁମାର ପ୍ରଧାନ, ଉପଦେଷ୍ଟା ଭାବେ ଦେବୀ ପ୍ରସାଦ ଦାଶ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ସମସ୍ତ ସଭ୍ଯ ମାନେ ଆଞ୍ଚଳିକ ସାମ୍ବାଦିକ ସଂଘ ସ୍ବାର୍ଥ ସହିତ ଜଡିତ ହେବା ସହ ସାମାଜିକ ସେବାରେ ନିୟୋଜିତ କରିବା ଲାଗି ଶପଥ ପାଠ କରିଥିଲେ। ଏନେଇ ସଂଘର କର୍ମ କର୍ତ୍ତା ମାନେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଙ୍କୁ ସାକ୍ଷାତ କରିବାକୁ ନିଷ୍ପତ୍ତି କରାଯାଇଥିଲା। ପରିଶେଷରେ ସମସ୍ତଙ୍କୁ ଧନ୍ଯବାଦ ପ୍ରଦାନ କରାଯାଇଥିବା ବେଳେ ଶେରଗଡ ବ୍ଳକ ଅଞ୍ଚଳର ୧୮ ଜଣ ସାମ୍ବାଦିକ ଯୋଗଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ