ଆଂଜେଲ ଗ୍ରୁପ୍ ତରଫରୁ ଅସହାୟ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କୁ କମ୍ବଳ ବଣ୍ଟନ
ଭୁବନେଶ୍ୱର,(ୱାଇଏନ୍ଏସ୍): ପ୍ରତିବର୍ଷ ପରି ଚଳିତ ବର୍ଷ ଆଂଜେଲ ଗ୍ରୁପ୍ ତରଫରୁ ଏକ ନିଆରା ଢଙ୍ଗରେ ରାସ୍ତାକଡ଼ରେ ବସବାସ କରୁଥିବା ଅସହାୟ ଓ ନିରାଶ୍ରୟ ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଗ୍ରୁପ୍ର ସଭାପତି ନାରାୟଣ ପୃଷ୍ଟିଙ୍କ ସଭାପତିତ୍ୱରେ ଗ୍ରୁପ୍ର ସଦସ୍ୟମାନେ ରାତି ୧୧ ଘଟିକା ସମୟରେ ପଳାଶୁଣି ଛକରୁ କମ୍ବଳ ବଣ୍ଟନ ଆରମ୍ଭ କରି ରାଜଧାନୀର ରାସ୍ତାକଡ଼ରେ ଶୀତ ରାତିରେ ବସବାସ କରୁଥିବା ଲୋକମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ବର୍ତ୍ତମାନ ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇ ରାଜଧାନୀବାସୀ ବିଭିନ୍ନ ପ୍ରକାରର ଶୀତବସ୍ତ୍ର ପରିଧାନ କରିଥାନ୍ତି । କିନ୍ତୁ ରାଜଧାନୀର ରାଜରାସ୍ତାରେ ଶୀତ ରାତିରେ ଅତି ଦୟନୀୟ ଭାବେ ଜୀବନ ଯାପନ କରୁଥିବା ଲୋକମାନେ ଶୀତର ପ୍ରକୋରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ଏମାନଙ୍କର ଘର ଅଛି ନାଁ ଶୀତବସ୍ତ୍ର କିଣିବା ପାଇଁ ଏମାନଙ୍କ ପାଖରେ ସମ୍ବଳ ଅଛି । ମାନବ ସେବା ହିଁ ମାଧବ ସେବା, ଏହି ଉକ୍ତିକୁ ଯଥାର୍ଥ ପ୍ରତିପାଦନ କରି ରାସ୍ତାକଡ଼ରେ ଶୀତ ରାତିରେ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଥିବା ଅସହାୟ ଲୋକମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଶୀତର ପ୍ରକୋପରୁ ରକ୍ଷା କରିବା ପାଇଁ ଗ୍ରୁପ୍ ଏହି ପ୍ରୟାସ ବୋଲି କୁହନ୍ତି ସଭାପତି ନାରାୟଣ ପୃଷ୍ଟି । ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ମଞ୍ଚେଶ୍ୱର ଥାନା ଅଧିକାରୀ ଷ୍ଟାଲିନ୍ ବିଶ୍ୱାଳ, ଛତିଶ କୁମାର ବାରିକ, କେନ୍ଦ୍ରାପଡ଼ା ଏଡ଼ିଏମ୍ କୈଳାସ ଚନ୍ଦ୍ର ସେଠୀ, ହାସ୍ୟ ଅଭିନେତା ହରିହର ମହାପାତ୍ର, ଆଇନ୍ଜୀବୀ ସରୋଜ କୁମାର ସ୍ୱାଇଁ, ଆଇନ୍ଜୀବୀ ଶୁଭେନ୍ଦୁ ରାଉତରାୟ, ବାପୁ ଭାଇ, ଭାବଗ୍ରାହୀ ନାୟକ, ଦୀନେଶ ରାୟ, ଚିତ୍ତରଞ୍ଜନ ସାହୁ, ବିକ୍ରମ ଭାଇ, ଅଭିଶେକ ଭାଇ, ଲଲିତ ଭାଇ, ଆଦିତ୍ୟ ଭାଇ ପ୍ରମୁଖ ଯୋଗଦେଇ କମ୍ବଳ ବଣ୍ଟନ କରିବା ସହିତ ଗ୍ରୁପ୍ର ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ ।