ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ନୂଆ ଘୋଡ଼ାନାଲ

ଆଇଆଇଟି କାନପୁରର ଗବେଷକମାନେ ଘୋଡ଼ାନାଲ ନିର୍ମାଣ କରିବାର ଏକ ନୂଆ ଜ୍ଞାନକୌଶଳ ବିକାଶ କରିଛନ୍ତି । ଏହିି ଜ୍ଞାନ କୌଶଳ ସମ୍ପର୍କରେ ଆଇଆଇଟି କାନପୁରର ପ୍ରାଧ୍ୟାପକ ଏନ୍. ଏସ୍. ବ୍ୟାସ ଆୟୋଜିତ ଏକ କର୍ମଶାଳାରେ ପ୍ରକାଶ କରିଛନ୍ତି । ଆଇଆଇଟି କାନପୁରର ବୈଜ୍ଞାନିକ ସନ୍ଦୀପ ସଙ୍ଗଲ ଓ କେ. ଚନ୍ଦ୍ରଶେଖର ଏହି ନୂତନ ପ୍ରକାର ନାଲ ତିଆରି କରିଛନ୍ତି । ଏହି ନାଲ ଘୋଡ଼ାଖୁରାକୁ ସୁରକ୍ଷା ଦେବା ସହ ବେଶି ଦିନ ମଧ୍ୟ ବ୍ୟବହାର କରିହେବ । ଏହାକୁ ଘୋଡ଼ା ଖୁରାରେ ସହଜରେ ଲଗାଯାଇପାରୁଛି । ସାଧାରଣ ଘୋଡ଼ାନାଲ ଏକ ସପ୍ତାହ ଯାଏ ଘୋଡ଼ାଖୁରାରେ ରହିବା ପରେ ନଷ୍ଟ ହୋଇଯାଉଥିବାବେଳେ ନୂଆ ନାଲଟି ୪ରୁ ୫ ସପ୍ତାହ ଯାଏ ରହୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ