ଆଇଆରଇଏଲ ଏବଂ ଗଞ୍ଜାମ ଜିଲା ପ୍ରଶାସନ ଏମଓୟୁ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ଉପକଣ୍ଠ ମାଟିଖାଲ ସ୍ଥିତ ଆଇଆରଇଏଲ ଏବଂ ଗଞ୍ଜାମ ଜିଲା ପ୍ରଶାସନ ମିଳିତ ସହଯୋଗରେ ଜିଲ୍ଲାର ୫୦ଟି ବିଦ୍ୟାଳୟ ଭିତିଭୂମିର ନବୀକରଣ ସହ ଭାଚୁଆଲ ସ୍ମାର୍ଟ କ୍ଲିନିକ ସ୍ଥାପନ ନେଇ ଦୁଇଟି ଚୁକ୍ତି ନାମା ସାକ୍ଷର ହୋଇଛି । ଗଂଜାମ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ଆଇଆରଇଏଲ ମୁଖ୍ୟ ସି ଭିଆର ମୂର୍ତି ଉପସ୍ଥିତିରେ ଏହା କରାଯାଇଛି । ମୋ ସ୍କୁଲ ଅଭିଯାନରେ ଏହି ୫୦ଟି ବିଦ୍ୟାଳୟ ପାଇଁ ୫୦ ଲକ୍ଷ ଟଙ୍କା ଆଇଆରଇଏଲ ଦେବାକୁ ଥିବା ବେଳେ ରାଜ୍ୟ ସରକାର ୧ କୋଟି ଟଙ୍କା ପ୍ରଦାନ କରିବେ ଯାହାଫଳରେ ବିଦ୍ୟାଳୟ ଗୁଡିକ ର ଭିତିଭୂମି ସମେତ ବିଭିନ୍ନ ଉପକରଣ କିଣିବାରେ ସହାୟକ ହେବା ସହ ଶିକ୍ଷା କ୍ଷେତ୍ରରେ ଉନ୍ନତି ସାଧନ ହୋଇପାରିବ ବୋଲି ଜିଲ୍ଲାପାଲ କହିବା ସହ ଆଇଆରଇଏଲ କୁ ସାଧୁବାଦ ଜଣାଇଥିଲେ । ପୂର୍ବରୁ ମଧ୍ୟ ଆଇଆରଆଇଏଲ ୧୫୦ ସ୍କୁଲକୁ ସୋଲାର ଇନଭର୍ଟର ପ୍ରଦାନ କରିଛି । ଚଳିତ ବର୍ଷ ଆଇଆରଇଏଲ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟାରେ ୬ କୋଟି ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଆଇଆରଇଏଲ କମ୍ପାନୀ ନିକଟରେ ଥିବା ୭ ପଚାଂୟତ ସମେତ ଜିଲାର ବିଭିନ୍ନ ସ୍ଥାନରେ ଏହି ଟଙ୍କା ଲୋକମାନଙ୍କ ପାଇଁ ଖର୍ଚ୍ଚ କରାଯାଇଥାଏ ବୋଲି ଆଇଆରଇଏଲ ମୁଖ୍ୟ ସି ଭିଆର ମୂର୍ତି କହିଥିଲେ । ମହିଳା ମାନଙ୍କୁ ସଶକ୍ତିକରଣ କରିବା ସହ ଆତ୍ମ ନିର୍ଭରଶୀଳ , ମାଗଣା ଚିକିତ୍ସା ଶିବିର ଆଦି କାମ କରିଥାଏ । ଭାଚୁଆଲ ସ୍ମାର୍ଟ କ୍ଲିନିକ ସ୍ଥାପନ ପାଇଁ ୪୦ ଲକ୍ଷ ଟଙ୍କା କମ୍ପାନୀ ଜିଲାପ୍ରଶାସନକୁ ପ୍ରଦାନ କରିବେ । ଏହି ଚୁକ୍ତି ନାମା ସାକ୍ଷର ବେଳେ ଗଂଜାମ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି,କୀର୍ତ୍ତଭାସ ନ, ସାଧାରଣ ପରିଚାଳକ (ରିପ) ଡା. ବି.ଆର.ମିଶ୍ର, ମୁମ୍ବାଇ କର୍ପୋରେଟ କାର୍ଯ୍ୟାଳୟର ସାଧାରଣ ପରିଚାଳକ କେ.ଭି.ରାମକିଷ୍ଣା, ଡିଜିଏମ ଜି.କେ ନାୟକ, ଜଗଦାନନ୍ଦ ନାୟକ .ଏନ୍‌.କେ ନାୟକ , ମ୍ୟାନେଜର ରିସୋର୍ସ ଦୀପକ ମିଶ୍ର, ଗଂଜାମ ଜିଲ୍ଲାପରିଷଦର ନିର୍ବାହିଯନ୍ତ୍ରୀ ଇଂ. ମନୋଜ କୁମାର ବେହେରା, ପ୍ରୋଗାମ ମ୍ୟାନଜର ( ପ୍ରଶିକ୍ଷଣ) ବାଣୀ ସୁକାନ୍ତ ବେର୍ବତ୍ତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ