ଆଇଆରଇଏଲ କମ୍ପାନୀ ର  ମୁଖ୍ୟ ଫାଟକ ସମ୍ମୁଖରେ ଭାରତ ବନ୍ଦ ଡାକରା ଦେଲେ ଅଂଚଳବାସୀ

ଛତ୍ରପୁର,(ଦେବଦତ୍ତ ମହାରଣା):  କେନ୍ଦ୍ର ଜନବିରୋଧି ଆଇନ ଓ ନିଷ୍ପତି ବିରୋଧରେ ସର୍ବଭାରତୀୟ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି l  ଏନେଇ  ଆଜି ବିଭିନ୍ନ ଟ୍ରେଡ଼ ୟୁନିୟନ ଓ ଚାଷୀ ସଙ୍ଗଠନ ଏହି ଧର୍ମଘଟ ରେ ସାମିଲ ହୋଇଛନ୍ତି  । ଏହାକୁ ସମର୍ଥନ ଜଣାଇ ଆର୍ଯ୍ୟପଲ୍ଲୀ ନିକଟ ଆଇଆରଇଏଲ  କମ୍ପାନୀ ର ମୁଖ୍ୟ ଫାଟକ ସମ୍ମୁଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ନେତା ତଥା ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀଙ୍କ ନେତୃତ୍ୱରେ ଦଳିତ ଗରିବ ଓ ଶ୍ରମିକ ନେତାମାନେ ଏକତ୍ରିତ ହୋଇ   ଧର୍ମଘଟ କୁ  ସଫଳ କରିବାକୁ  ବନ୍ଦ ଡାକରା ଦେବା ସହ ଗଣଧାରଣାରେ ବସିଛନ୍ତି । ଏହାସହିତ  ଆଇଆରଇଏଲ ମାଇନିଂ ନାମରେ ଜବରଦଖଲ କରିଥିବା ଜମିକୁ ଚାଷୀମାନଙ୍କୁ ଫେରସ୍ତ କରିବା , ସିଏସଆର ନିୟମ ଅନୁଯାୟୀ ଆଇଆରଇଏଲ ସ୍ଥାନୀୟ ଅଂଚଳରେ ସମସ୍ତ ପ୍ରକାର ଉନ୍ନୟନ କାର୍ଯ୍ୟ କରୁ, ଆଇଆରଇଏଲର ମୋନାଜେଡ କମ୍ପାନୀ ଜରିଆରେ କିଡନୀ ରୋଗରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ୨୦ ଲକ୍ଷ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବା ନିମନ୍ତେ ବିଭିନ୍ନ ନାରାବାଜି ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ