ଆଇଆରଇଏଲ ପକ୍ଷରୁ ବେଗ ଓ ପାଠ୍ୟଉପକରଣ ବଟଂନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବ୍ଲକ ମାଟିଖାଲ ସ୍ଥିତ ଆଇଆରଇ କମ୍ପାନୀ ପକ୍ଷରୁ ଗୋ ୀଗତ ସାମାଜିକ ଦାୟିତ୍ୱ ଆନୁକୁଲ୍ୟରେ ଅଚଂଳର ବିକାଶ ନିମନ୍ତେ ବହୁ ଜନମଙ୍ଗଳ କାର୍ଯ୍ୟ କରାଯାଉଛି । ବିଶେଷ କରି ସ୍ୱାସ୍ଥ୍ୟ,ଶିକ୍ଷା ଓ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କମ୍ପନୀ ଅହରହ ଉଦ୍ୟମ ଜାରି ରଖିଛି । ପ୍ରତ୍ୟେକ ବର୍ଷ କମ୍ପାନୀ ସିଏସଆର ପାଣ୍ଠିରୁ ୬ କୋଟି ଟଙ୍କା ଖର୍ଚ୍ଚ କରିଥାଏ । ଏହି ପରିପେକ୍ଷରି ଆଜି ପୋଡାପଦର ପଚାଂୟତ ଅଧିନ ହୁମ୍ବର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର/ଛାତ୍ରୀଙ୍କୁ ସ୍କୁଲ ବେଗ ସମେତ ପାଠ୍ୟ ଉପକରଣ ବଟଂନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଇଆରଇ ମ୍ୟାନେଜର(ରିସୋର୍ସ) ଦୀପକ ମିଶ୍ର ଯୋଗଦେଇ ପିଲାମାନଙ୍କୁ ଶିକ୍ଷାର ଗୁରୁତ୍ୱ ସଂପର୍କରେ ବୁଝାଇଥିଲେ । ଆଇଆରଇ କମ୍ପାନୀ ପରିସରରେ ଆସୁଥିବା ୪୮ ଟି ବିଦ୍ୟାଳୟରେ ଏହି ବେଗ ଓ ଶିକ୍ଷାଉପକରଣ ବଟଂନ କରାଯାଉଛି । ଶିକ୍ଷା ଉପରେ କମ୍ପାନୀ ସ୍ୱତନ୍ତ୍ର ଧ୍ୟାନ ଦେଉଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ କମିଟି ସଭାପତି ଦୁର୍ଗାଚରଣ ପଲେଇ, ଶିକ୍ଷୟତ୍ରୀ ବିନିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି ଆଇଆରଇ କମ୍ପାନୀ ବିଶେଷ କରି ନିଜ ଅଚଂଳ ଅଧିନରେ ଆସୁଥିବା ୭ପଚାଂୟତ ଯଥା ଆର୍ଯ୍ୟପଲ୍ଲୀ, କଣମଣା,ପୋଡାପଦର,ଅଗସ୍ତିନୁଆଗାଁ, ଚମାଖଣ୍ଡି,ଶ୍ରୀରାମଚନ୍ଦ୍ରପୁର ଓ କାଳିପଲ୍ଲୀ ପଚାଂୟତ ଅଚଂଳରେ ସିଏସଆର ପାଣ୍ଠିରୁ ଖର୍ଚ୍ଚକରି ଜନମଙ୍ଗଳ କାର୍ଯ୍ୟକ୍ରମ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ