ଆଇଆରଇ ପକ୍ଷରୁ ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ଓ ମହିଳା କଲ୍ୟାଣ କେନ୍ଦ୍ର ପକ୍ଷରୁ ମାସ୍କ୍
ଛତ୍ରପୁର,(ଓ୍ବାଇଏନ୍ଏସ୍) : ଭାରତୀୟ ବିରଳ ମୂର୍ତ୍ତିକା(ଆଇଆର୍ଇ) ପ୍ଲାଣ୍ଟ ପକ୍ଷରୁ ସିଜିଏମ୍ ଏ.ଜେ.ଜନାର୍ଥନନ୍ ଓ ଡିଜିଏମ୍ ଗତିକୃଷ୍ଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନାରେ ଦୁଇଟି ଅଗ୍ନିଶମ ଟିମ୍ ସହଯୋଗରେ ଆର୍ଯ୍ୟପଲ୍ଲୀ, କଣମଣା ଓ କାଳିପଲ୍ଲୀ ପଞ୍ଚାୟତର ସମସ୍ତ ଗ୍ରାମକୁ ସାନିଟାଇଜ୍ କରାଯାଇଛି । ଏହାକୁ ନିୟମିତ ଭାବେ ସିନିୟର ମ୍ୟାନଜର ପି.କେ.ରାଉତ ତଦାରଖ କରୁଛନ୍ତି । ସେହିପରି କାଳିପଲ୍ଲୀ ଅଞ୍ଚଳର ଆଇଆରଇଏଲ୍ ଦ୍ୱାରା ପରିଚାଳିତ ହେଉଥିବା ମହିଳା କଲ୍ୟାଣ କେନ୍ଦ୍ର ପକ୍ଷରୁ ସିଜିଏମ୍ଙ୍କ ଧର୍ମପତ୍ନୀ ଏମ୍.ରାମଲକ୍ଷ୍ମୀଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ କରାଯାଇଥିବା ୭୦୦ ମାସ୍କ୍ ଜନସାଧାରଣଙ୍କୁ ବଣ୍ଟନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ହସ୍ତାନ୍ତର କରାଯାଇଛି । ହସ୍ତାନ୍ତର ବେଳେ ମହିଳା କଲ୍ୟାଣ କେନ୍ଦ୍ରର ସଭାପତି ତଥା ସିଜିଏମ୍ଙ୍କ ଧର୍ମପତ୍ନୀ ଏମ୍.ରାମଲକ୍ଷ୍ମୀ, କେନ୍ଦ୍ରର ପ୍ରଶାସନିକ ମୁଖ୍ୟ ବନିତା କାଦାରକ, ଦମୟନ୍ତୀ ରେଡ୍ଡ. ଆଇଆରଇର ଡିଜିଏମ୍ ଗତିକୃଷ୍ଣ ନାୟକ ଓ ସିନିୟର ମ୍ୟାନଜର ଶ୍ରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଚାଉଳ, ଡାଲି, ତେଲ, ଚା’ ଗୁଣ୍ଡ, ଅମ୍ବୁଲ ଆଦି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ କାଳିପଲ୍ଲୀ ଓ କଣମଣା ପଞ୍ଚାୟତ ନିତାହି ଗରିବ ଓ ନିରାଶ୍ରୟ ଲୋକମାନଙ୍କୁ ପ୍ରଦାନ କରାଯାଇଥିଲା । ଆଗାକୁ ଏଭଳି ସାନିଟାଇଜ କାର୍ଯ୍ୟ ସହ ଲୋକଙ୍କ ସୁବିଧା କ୍ଷେତ୍ରରେ କମ୍ପାନୀ ପକ୍ଷରୁ ଅନ୍ୟାନ୍ୟ ସମାଜିକ ସେବା କାର୍ଯ୍ୟ ଜାରି ରହିବ ବୋଲି ଆଇଆରଇର ସୁରେଶ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।


