ଆଇଆରଇ ପକ୍ଷରୁ ଚମାଖଣ୍ଡି ଠାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର
ଛତ୍ରପୁର : ଆଇଆରଇ ର ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଶିବିର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ କଲ୍ୟାଣମଣ୍ଡପ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସୁସ୍ମିତା ପ୍ରଧାନଙ୍କ ଉପସ୍ଥିତିରେ ଗ୍ରାମ ପଞ୍ଚାୟତ ପ୍ରାୟ ୧୫୦ ରୋଗୀଙ୍କ ଚିକିତ୍ସା କରାଯିବା ସହ ମାଗଣା ଔଷଧ ବିତରଣ କରାଯାଇଥିଲା । ଆଇଆରଇ ଡାକ୍ତର ଅର୍ଦ୍ଦେନ୍ଦୁ ପଲ୍ , ଡାକ୍ତର ପ୍ରମୀଳା ମିଶ୍ର ଗୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିଥିବା ବେଳେ ଫାର୍ମାସିଷ୍ଟ ଆର୍. କେ. ପାତ୍ର, ଟି.ଏଚ୍ . ଆଚାର୍ଯ୍ୟ, କେ.ସି ପ୍ରଧାନ, ସସ୍ମିତା ନାୟକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରେ ସହାୟତା କରିଥିଲେ । ଆଇଆରଇ ଡିଜିଏମ୍ ଜି.କେ ନାୟକ, ଏସ୍ଏସ୍ମଲ୍ଲିକ ଓ ସୁରେଶଚନ୍ଦ୍ର ପାତ୍ରଙ୍କ ପୈାରହିତ୍ୟରେ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତହୋଇଥିଲା । ଚଳିତବର୍ଷ ଆଇଆରଇ ପକ୍ଷରୁ ୬ଟି ଗ୍ରାମ ପଞ୍ଚାୟତରେ ଭଳି ସ୍ୱାସ୍ଥ୍ୟ ଶିବିର କରାଯିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅନୁମତି ଦେଇଛି ।