ଆଇଆରଇ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ) : ଆଇଆରଇ କଂପାନୀର ଗୋଷ୍ଠି ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ହୁମର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ସରପଞ୍ଚ ପୀତାମ୍ବର ପଣ୍ଡାଙ୍କ ସଂଯୋଜନାରେ ଏକ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ ଓ ଆଇଆରଇ ର ସିଜିଏମ ଏଜେ.ଜନାଥନନ୍ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଉପସ୍ଥିତ ରୋଗୀମାନଙ୍କୁ କିପରି ସୁବିଧାରେ ସେବା ଯୋଗାଇ ଦିଆଯିବ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଆରଇ କମ୍ପାନୀର ଜିକେ.ନାୟକ, ଏସଏସ.ମଲ୍ଲିକ, ସୁରେଶ ଚନ୍ଦ୍ର ପାତ୍ର, ଆଇଆରଇ ଡାକ୍ତର ଅର୍ଦ୍ଧେନ୍ଦୁ ପାଲ, ପ୍ରମିଳା ମିଶ୍ର ଏବଂ ତାଙ୍କ ଟିମ୍ , ଗଜେନ୍ଦ୍ର ପଲେଇଙ୍କ ସମେତ ହୁମର ଗ୍ରାମର ବହୁ ଜନସାଧାରଣ ଓ ଆଇଆରଇ କମ୍ପାନୀର କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ରୋଗୀଙ୍କ ଚିକିତ୍ସା କରାଯାଇ ସେମାନଙ୍କୁ ମାଗଣା ଔଷଧ ବଂଟନ କରାଯାଇଥିଲା । ଶେଷରେ ସରପଞ୍ଚ ପୀତାମ୍ବର ପଣ୍ଡା ଆଇଆରଇ କମ୍ପାନୀକୁ ଧନ୍ୟବାଦ ଜଣାଇଥିଲେ ।