ଆଇଆରଇ ପକ୍ଷରୁ ହରିପୁର ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ଶିବିର
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଆଇଆରଇର ଗୋଷ୍ଠୀ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମର ବାତ୍ୟା ଅଶ୍ରୟସ୍ଥଳି ପରିସରରେ ସରପଞ୍ଚ ଶ୍ରୀରାମ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଏକ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆଇଆରଇର ଡାକ୍ତର ଅର୍ଦ୍ଦେନ୍ଦୁ ପାଲ୍ ଓ ଡାକ୍ତର ପ୍ରଫେସର ପ୍ରମିଳା ମିଶ୍ର ଉପସ୍ଥିତ ରହି ହରିପୁର, ରେ-କତୁରୁ ଓ କତୁରୁ ଗ୍ରାମର ଦୁଇଶହରୁ ଉର୍ଦ୍ଧ୍ୱ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେମାନଙ୍କୁ ମଧ୍ୟ ଔଷଧ ମାଗଣାରେ ପ୍ରଦାନ କରାଯାଇଥିଲା । ଆଇଆରଇ ସମ୍ବଳ ଓ ଏଚ୍ଆର୍ଏମ୍ ବିଭାଗର ଡିଜିଏମ୍ ଜି.କେ.ନାୟକ, ଚିଫ୍ ମ୍ୟାନଜର ଏସ୍.ଏସ୍.ମଲ୍ଲିକ , ଉପ ପ୍ରବନ୍ଧକ ସୁରେଶ ଚନ୍ଦ୍ର ପାତ୍ର ଓ ସୁର୍ଜନ ପଣ୍ଡା ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ । ଫାର୍ମାସିଷ୍ଟ ଆର୍.କେ.ପାତ୍ର, ଟି.ଏଚ୍.ଆଚାର୍ଯ୍ୟ, କେ.ସି.ପ୍ରଧାନ, ଭାରତୀ ବେହେରା, ସସ୍ମିତା ନାୟକ ଓ ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁମତି କ୍ରମେ ଚଳିତ ବର୍ଷ ଆଇଆରଇ ତରଫରୁ ଏଭଳି ଅନ୍ୟ ପଞ୍ଚାୟତ ଗୁଡିକରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି ବୋଲି ଆଇଆରଇର ଲୋକ ସଂପର୍କ ଅଧିକାରୀ ତଥା ଉପ ପ୍ରବନ୍ଧକ ଶ୍ରୀ ପାତ୍ର ସୂଚନା ପ୍ରଦାନ କରିଛନ୍ତି ।