ଆଇଏଏସ୍ ସ୍ତରରେ ଛୋଟଧରଣ ଅଦଳବଦଳ
ଭୁବନେଶ୍ବର- ଶୁକ୍ରବାର ଆଇଏଏସ୍ ସ୍ତରରେ ଛୋଟଧରଣର ଅଦବଦଳ ହୋଇଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଶାନ୍ତ ସେନାପତିଙ୍କୁ ଓବିସି ଏବଂ ଏସସି/ଏସଟି ବିଭାଗର ନିର୍ଦେଶକ ଦାୟିତ୍ବ ମିଳିଛି । ତାସହିତ ସୁଶାନ୍ତ ମହାପାତ୍ର ଡାଇରେକ୍ଟର ଇଷ୍ଟେଟ୍ସ ଏବଂ ଭି.ଜୟକୁମାର ଆୟୁଷ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏନ୍.ତିରୁମାଲା ନାଏକ ଶ୍ରମ କମିଶନର ଦାୟିତ୍ବ ମିଳିଛି ।


