ଆଇଏମଆଇ ଭୁବନେଶ୍ୱରକୁ ଏନଆଇଆରଏଫରେ କ୍ରମାଗତ ଭାବେ ଯୁବ ଅନୁଷ୍ଠାନ ର‌୍ୟାଙ୍କ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ମାନ୍ୟବର ଏଚଆରଡି ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ୧୧ଜୁନ ୨୦୨୦ରେ ରାଷ୍ଟ୍ରୀୟ ଅନୁଷ୍ଠାନ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ ଇଣ୍ଡିଆ ର‌୍ୟାଙ୍କିଙ୍ଗ ୨୦୨୦ ଘୋଷଣା କରିଛନ୍ତି । ମ୍ୟାନେଜମେଂଟ ବର୍ଗରେ ଇଂଟରନ୍ୟାସନାଲ ମ୍ୟାନେଜମେଂଟ ଇନିଷ୍ଟିଚ୍ୟୁଟ (ଆଇଏମଆଇ) ଭୁବନେଶ୍ୱର ପୁଣି ଥରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଯୁବ ଅନୁଷ୍ଠାନ ଏନଆଇଆରଏଫ ର‌୍ୟାଙ୍କ ହାସଲ କରିଛି ଓ ଏହା ୬୩ତମ ର‌୍ୟାଙ୍କର ଅଧିକାରୀ । ଏନଆଇଆରଏଫ ୨୦୧୯ରେ ଏହି ଅନୁଷ୍ଠାନ ୬୬ତମ ସ୍ଥାନରେ ଥିଲାବେଳେ ୨୦୧୮ରେ ୭୫ତମ ସ୍ଥାନରେ ରହିଥିଲା । ଆଇଏମଆଇ ଭୁବନେଶ୍ୱର ଗତ ବର୍ଷ ତୁଳନାରେ ପ୍ରତ୍ୟେକ ର‌୍ୟାଙ୍କିଙ୍ଗ ମାପଦଣ୍ଡରେ ଏହାର ସ୍କୋରରେ ଯଥେଷ୍ଟ ଉନ୍ନତି କରିଛି । ବିଶେଷ କରି ଅନୁସନ୍ଧାନ ଓ ନିଯୁକ୍ତି କ୍ଷେତ୍ରରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଇଏମଆଇ ଭୁବନେଶ୍ୱରର ଅଧ୍ୟାପକମାନେ ବିଶ୍ୱର କେତେକ ଅଗ୍ରଣୀ ପତ୍ରିକାରେ ଗବେଷଣା ପ୍ରବନ୍ଧ ସ୍ଥାନିତ କରିଛନ୍ତି । ୨୦୧୯ରେ ସର୍ବାଧିକ ପ୍ୟାକେଜ ସହ ପିଜିଡିଏମ ଛାତ୍ରମାନଙ୍କ ପାଇଁ ଏହି ଅନୁଷ୍ଠାନ ୧୦୦ ପ୍ରତିଶତ ନିୟୋଜନ ବ୍ୟବସ୍ଥା ଯୋଗାଇଛି । ଏହି ଅବସରରେ ପ୍ରଫେସର ତଥା ନିର୍ଦ୍ଦେଶକ ରମେଶ ଭେଲ ଆଇଏମଆଇ ଭୁବନେଶ୍ୱର ଉକ୍ତ ଅନୁଷ୍ଠାନର ଏହି ସଫଳତା ପାଇଁ ଏହାର ବୋର୍ଡ ସଦସ୍ୟ, ଶିକ୍ଷା ପରାମର୍ଶଦାତା ବୋର୍ଡ, ନିଯୁକ୍ତିକାରୀ, ଅଧ୍ୟାପକ ମଣ୍ଡଳୀ, ଛାତ୍ର- ଛାତ୍ରୀ ଓ ଆଲୁମିନିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୨୦୧୧ରେ ପ୍ରତିଷ୍ଠିତ ଆଇଏମଆଇ ଭୁବନେଶ୍ୱର ଆର ପି ସଞ୍ଜୀବ ଗୋଏଙ୍କା ଗ୍ରୁପର ଏକ ଅଂଶ ଏବଂ ଭାରତର ପ୍ରଥମ କର୍ପୋରେଟ ପ୍ରାୟୋଜିତ ବି.ସ୍କୁଲ ଆଇଏମଆଇ ଦିଲ୍ଲୀର ଆଦର୍ଶ ଅନୁସାରେ ପରିଚାଳିତ । ଆଇଏମଆଇ ଭୁବନେଶ୍ୱର ବର୍ତମାନ ପିଜିଡିଏମ (ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ ମ୍ୟାନେଜମେଂଟ), ପିଜିଡିଏମ (ପାର୍ଟଟାଇମ) ଓ ଏଫପିଏମ ପାଠ୍ୟକ୍ରମ ପରିଚାଳନା କରୁଛି ଓ ଏଗୁଡ଼ିକ ଏଆଇସିଟିଇ ଦ୍ୱାରା ଅନୁମୋଦିତ । ସଂସ୍ଥା ପକ୍ଷରୁ ମଧ୍ୟ ଭାରତର ସରକାରୀ ଓ ବେସରକାରୀ କଂପାନିଗୁଡ଼ିକୁ କାର୍ଯ୍ୟନିର୍ବାହୀ ଶିକ୍ଷା ଏବଂ କର୍ପୋରେଟ ତାଲିମ ପ୍ରଦାନ କରାଯାଇଥାଏ । ଉଦ୍ୟୋଗୀମାନଙ୍କୁ ପ୍ରୋତ୍‌ସାହିତ କରିବା ପାଇଁ ମଧ୍ୟ ଧ୍ୟାନ ଦିଆଯାଇଥାଏ ।
ଆଇଏମଆଇ ଭୁବନେଶ୍ୱରରେ ପ୍ରଦାନ କରାଯାଉଥିବା ଫ୍ଲାଗସିପ ପିଜିଡିଏମ ପାଠ୍ୟକ୍ରମ ଏନବିଏ ଦ୍ୱାରା ସ୍ୱୀକୃତ ଓ ଏଆଇୟୁରୁ ସମାନତା ପାଇଛି । ଆଇଏମଆଇ ପ୍ରୋଗ୍ରାମଗୁଡ଼ିକ ଯୁକ୍ତରାଷ୍ଟ୍ରର ବୋର୍ଡ ଫର ଏଜୁକେଶନ ଷ୍ଟାଣ୍ଡାର୍ଡାଇଜେସନ, ଯୁକ୍ତରାଷ୍ଟ୍ର ଦ୍ୱାରା ସ୍ୱୀକୃତି ପ୍ରାପ୍ତ । ଏହି ଅନୁଷ୍ଠାନ ୟୁରୋପୀୟ ଫାଉଣ୍ଡେସନ ଫର ମ୍ୟାନେଜମେଂଟ ଡେଭଲପମେଂଟ ଏବଂ ଦକ୍ଷିଣ ଏସିଆର ଆସୋସିଏସନ ଅଫ ମ୍ୟାନେଜମେଂଟ ଡେଭଲପମେଂଟ ଇନିଷ୍ଟିଚ୍ୟୁସନର ସଦସ୍ୟ ଅଟେ । ଏହାର ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ରହିଛି । ମାତ୍ର ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଆଇଏମଆଇ ଭୁବନେଶ୍ୱର ବହୁ ସଫଳତା ଅର୍ଜନ କରିପାରିଛି ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ