ଆଇଏଲ୍ଆଣ୍ଡଏଫ୍ଏସ୍ ସଙ୍କଟ

ନିର୍ଦ୍ଦେଶକଙ୍କ ଠିକଣାରେ ଇଡିର ଚଢଉ (୧୪)
ମୁମ୍ବାଇ, (ଏଜେନ୍ସି): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) କୋଟି କୋଟି ଟଙ୍କାର ଆଇଏଲ୍ଆଣ୍ଡଏଫ୍ଏସ୍ ଋଣ ପେମେଣ୍ଟ ପରିଶୋଧ ନକରିବା ସହିତ ସମ୍ପୃକ୍ତ ମନିଲଣ୍ଡ୍ରିଂ ମାମଲାରେ ବୁଧବାର ମୁମ୍ବାଇରେ ଯାଞ୍ଚ୍ କରିଛନ୍ତି । ଅଧିକାରୀମାନଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଅଧିକାରୀଙ୍କ ଅନୁସାରେ ଆଇଏଲ୍ଆଣ୍ଡଏଫ୍ଏସ୍ର ଅତିକମ୍ରେ ୪ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଓ ଘରେ ଚଢ଼ଉ କରି ଯାଞ୍ଚ୍ କରିଛନ୍ତି । ଏହା ପୂର୍ବରୁ ଯାଞ୍ଚ୍ ଏଜେନ୍ସି ଏହି ମାମଲାରେ ଫେବ୍ରୁଆରୀରେ ସନ୍ଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏଜେନ୍ସି ଏହି ପ୍ରକରଣରେ ମନି ଲଣ୍ଡ୍ରିଂ ନିରୋଧକ ଅଧିନିୟମ (ପିଏମ୍ଏଲ୍ଏ) ଅଧିନରେ ମାମଲା ଦାଏର କରାଯିବା ପରେ ଏହି ପଦକ୍ଷେପ ଗ୍ରହଣ କରିଥିଲା । ତେବେ ଏହି ଯାଞ୍ଚ ଏଯାବତ୍ ପ୍ରାପ୍ତ ପ୍ରମାଣର ଅତିରିକ୍ତ ଅନ୍ୟ ସାକ୍ଷୀ ଓ ଦସ୍ତାବିଜ ସଂଗ୍ରହ କରିବା ପାଇଁ ଗ୍ରହଣ କରାଯାଇଛି । ଭିତ୍ତି ସଂରଚନା କ୍ଷେତ୍ର ପାଇଁ ଋଣ ଦେଉଥିବା କମ୍ପାନୀର ସଙ୍କଟ ସେହି ସମୟରେ ସମ୍ମୁଖକୁ ଆସିଥିଲା, ଯେତେବେଳେ ଏହାର ସମୂହ କମ୍ପାନୀଗୁଡ଼ିକ ଗତ ବର୍ଷ ସେପ୍ଟେମ୍ବର ଠାରୁ ଋଣ ପେମେଣ୍ଟ କରିବାକୁ ଅଣଦେଖା କରିଥିଲେ । ଆଇଏଲ୍ଆଣ୍ଡଏଫ୍ଏସ୍ ଉପରେ ସମୁଦାୟ ୯୧ହଜାର କୋଟି ଟଙ୍କାରୁ ଅଧିକ ଋଣ ବକେୟା ରହିଛି । ଆଇଏଲ୍ଆଣ୍ଡଏଫ୍ଏସ୍ ଏବଂ ଏହାର ଆନୁଷଙ୍ଗୀ କମ୍ପାନୀଗୁଡ଼ିକ ସିଡ଼ବିକୁ ଋଣ ପରିଶୋଧ କରିନଥିଲା । ଇଡ଼ିର ମାମଲା ଦିଲ୍ଲୀ ପୁଲିସ୍ର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ନିକଟରେ ଗତ ବର୍ଷ ଡିସେମ୍ବରରେ ଦାଏର ପ୍ରାଥମିକତା ଉପରେ ଆଧାରିତ । ଇନ୍ସୋ ଇନ୍ଫ୍ରାଷ୍ଟ୍ରକଚ୍ର ନିର୍ଦ୍ଦେଶକ ଆଶୀଷ ବେଗ୍ବାନୀ ଆଇଏଲ୍ଆଣ୍ଡଏଫ୍ଏସ୍ ରେଳ ଲିମିଟେଡ଼୍ର ଅଧିକାରୀଙ୍କ ବିରୋଧରେ ଠକେଇର ଅଭିଯୋଗ ଲଗାଇ, ତାଙ୍କ କମ୍ପାନୀକୁ ୭୦କୋଟି ଟଙ୍କାର କ୍ଷତି ପହଞ୍ଚାଇବା ମାମଲା ଦାଏର କରିଥିଲା । ବେଗ୍ୱାନୀ ଆଇଏଲ୍ଆଣ୍ଡଏଫ୍ଏସ୍ ଟ୍ରାନ୍ସପୋର୍ଟେସନ୍ ନେଟ୍ୱାର୍କସ ଲିମିଟେଡ଼୍ର ୨ ଅଧିକାରୀଙ୍କ ପ୍ରରୋଚନାର ଶିକାର ହୋଇ ସେ ଏଥିରେ ୧୭୦କୋଟି ଟଙ୍କା ନିବେଶ କରିଥିବା ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ