ଆଇଏସ୍ଆଇଏସ୍ର ଘୋଷଣା ଭାରତରେ ଆମ କାର୍ଯ୍ୟକ୍ଷେତ୍ର ରହିଛି

ଶ୍ରୀନଗର,୧୧ା୫ (ଏଜେନ୍ସି): ବିଶ୍ୱର ସର୍ବବୃହତ୍ ଆତଙ୍କବାଦୀ ନେଟ୍ୱାର୍କ ଥିବା ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ପ୍ରଥମ ଥର ପାଇଁ ଭାରତରେ ନିଜର କାର୍ଯ୍ୟକ୍ଷେତ୍ର (ସ୍ୱତନ୍ତ୍ର ଅଞ୍ଚଳ) ଥିବା ଦାବି କରିଛି । କାଶ୍ମୀରରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ଆଇଏସ୍ ସହିତ ଜଡ଼ିତ ଏକ ସଂଗଠନର ଅହମ୍ମଦ ସୋଫି ନାମକ ଜଣେ ଆତଙ୍କବାଦୀ ନିପାତ ହେବା ପରେ ଆଇଏସ୍ ଏହି ଘୋଷଣା କରିଛି । ଆଇଏସ୍ର ପ୍ରଚାର କରୁଥିବା ଅମାକ୍ ନ୍ୟୁଜ୍ ଏଜେନ୍ସି ଜରିଆରେ ଏହି ତଥାକଥିତ ନୂଆ ରାଜ୍ୟର ନାମ ମଧ୍ୟ ଘୋଷଣା କରାଯାଇଛି । ଏହାର ନାଁ ” ଅଫ୍ ହିନ୍ଦ୍’ ବୋଲି ଉଲ୍ଲେଖ କରାଯାଇଛି । ଅନ୍ୟପକ୍ଷେ, ଭାରତରେ ନିଜର ରାଜ୍ୟ ଘୋଷଣା କରିଥିବା ଏହି ଆତଙ୍କୀ ସଂଗଠନ କେବଳ ଏକ ମିଛ ଘୋଷଣା କରିଥିବା ଭାବି ଏହାକୁ ହେୟ ଜ୍ଞାନ ନକରିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । ପ୍ରକାଶ ଯେ, ପୂର୍ବରୁ ଇରାକ୍ ଏବଂ ସିରିଆରେ ମଧ୍ୟ ଏହି ସଂଗଠନ ନିଜର ଏକ ଏକ ପ୍ରଦେଶ ଥିବା ସମ୍ପର୍କରେ ଘୋଷଣା କରିଥିଲା । ଏହି ଅଞ୍ଚଳର ମାଇଲ ମାଇଲ ଅଞ୍ଚଳକୁ ଆଇଏସ୍ ନିଜ ଦଖଲକୁ ମଧ୍ୟ ନେଇଥିଲା । ସୂଚନାଯୋଗ୍ୟ, ଯଦିଓ କାଶ୍ମୀରର ବିଚ୍ଛିନ୍ନତାବାଦୀମାନେ ଦଶନ୍ଧି ଦଶନ୍ଧି ଧରି ଭାରତକୁ ବିରୋଧ କରି ଆସୁଛନ୍ତି, ସେମାନେ ଆଇଏସ୍ ଭଳି ମୁସଲିମ୍ ଧର୍ମାବଲମ୍ବୀଙ୍କୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟ ବା ସାମ୍ରାଜ୍ୟ ବାବଦରେ କେବେ ଦାବି କରିନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ