ଆଇଏସ ସ୍ତରରେ ଛୋଟ ଧରଣ ର ଅଦଳବଦଳ

ଯୁଗାବ୍ଦ ନ୍ୟୁଜ -ଆଇଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟସରକାର । ସୁନ୍ଦରଗଡ ର ଜିଲ୍ଲାପାଳ ରଶ୍ମିତାପଣ୍ଡା ଙ୍କୁ ବଦଳି କରାଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧୀକରଣ ର ମୁଖ୍ୟ ତଥା ନିୟୋଜନ ନିର୍ଦ୍ଧେଶକ ଅବସ୍ଥାନ କରାଯାଇଛି । ତା ସହିତ ରାଜେଶ ପ୍ରଭାକର ପାଟିଲ ଙ୍କୁ ପଞ୍ଚାୟତ ରାଜ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଅନ୍ୟପଟେ ନିଖିଳ ପ୍ରବଣ କଲ୍ୟାଣ ଙ୍କୁ ସୁନ୍ଦରଗଡ ର ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଅନ୍ୟଦୁଇ ଜଣ ଆଇଏସ ଅଧିକାରୀ ଙ୍କୁ ବଦଳି କରାଯାଇଛି ।ଗୃହ ବିଭାଗର ଉପସଚିବ ଥିବା ମନୀସା ବାନାର୍ଜି ଏବଂ ସୁନ୍ଦରଗଡ ର ପିଡି ଡିଆରଟି ଭୁମେସ ଚନ୍ଦ୍ର ବେହେରା ଏଥି ସହିତ ମନୀସା ଙ୍କୁ ସୋନପୁର ର ଜିଲ୍ଲାପାଳ ବଦଳି ହୋଇଥିବାରୁ ଭୁମେସ ଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ