ଆଇଡିବିଆଇ ନାମ ପରିବର୍ତ୍ତନ ବିପକ୍ଷରେ ଆର୍ବିଆଇ

ନୂଆଦିଲ୍ଲୀ, (ଏଜେନ୍ସି): ରିଜର୍ଭ ବ୍ୟାଙ୍କ ଆଇଡ଼ିବିଆଇ ବ୍ୟାଙ୍କ୍ର ନାମରେ ପରିବର୍ତ୍ତନ ପ୍ରସ୍ତାବର ସମର୍ଥନ କରିନାହିଁ । ସୂଚନାନୁସାରେ ଆଇଡ଼ିବିଆଇ ବ୍ୟାଙ୍କ୍ର ନିଦ୍ଦେଶକ ମଣ୍ଡଳ ଗତ ମାସରେ ବ୍ୟାଙ୍କର ନାମ ପରିବର୍ତ୍ତନ କରି ଏଲ୍ଆଇସି ଆଇଡ଼ିବିଆଇ ବ୍ୟାଙ୍କ୍ ତଥା ଏଲ୍ଆଇସି ବ୍ୟାଙ୍କ୍ କରିବାକୁ ପ୍ରସ୍ତାବ ଦେଇଥିଲେ । ଭାରତୀୟ ଜୀବନ ବୀମା ଅଧିଗ୍ରହଣ ପରେ ନିର୍ଦ୍ଦେଶକ ମଣ୍ଡଳ ବ୍ୟାଙ୍କ୍ର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ । ପ୍ରାପ୍ତ ସୂଚନାନୁସାରେ ଆର୍ବିଆଇ, ଆଡ଼ିବିଆଇ ବ୍ୟାଙ୍କ୍ର ନାମ ପରିବର୍ତ୍ତନ କରିବା ସପକ୍ଷରେ ନାହିଁ । ନିର୍ଦ୍ଦେଶକ ମଣ୍ଡଳ ଏଲ୍ଆଇସି ଆଇଡ଼ିବିଆଇ ବ୍ୟାଙ୍କ୍ ଲିମିଟେଡ଼୍ ନାର ସୁପାରିଶ କରିଛନ୍ତି । ଦ୍ୱିତୀୟ ବିକଳ୍ପ ଭାବେ ଏଲ୍ଆଇସି ବ୍ୟାଙ୍କ୍ ଲିମିଟେଡ଼୍ ନାମ ଦେଇଥିଲେ । ଆର୍ବିଆଇ ବ୍ୟତୀତ ନାମରେ ପରିବର୍ତ୍ତନ ପାଇଁ କର୍ପୋରେଟ୍ କାର୍ଯ୍ୟ ମନ୍ତ୍ରଣାଳୟ, ଶେୟାରଧାରକ, ଶେୟାର ବଜାର ସମେତ ଅନ୍ୟମାନଙ୍କଠାରୁ ମଞ୍ଜୁରୀର ଆବଶ୍ୟକ ହୋଇଥାଏ । ଉଲ୍ଲେଖନୀୟ ଯେ ଜାନୁଆରୀରେ ସାର୍ବଜନିକ କ୍ଷେତ୍ରର ବୀମା କମ୍ପାନୀ ଏଲ୍ଆଇସି ଆଇଡ଼ିବିଆଇ ବ୍ୟାଙ୍କ୍ରେ ନିୟନ୍ତ୍ରଣକାରୀ ୫୧%ଅଂଶର ଅଧିଗ୍ରହଣ ସମ୍ପୂର୍ଣ୍ଣ କରିଛନ୍ତି । ଗତ ବର୍ଷ ଅଗଷ୍ଟରେ ମନ୍ତ୍ରୀମଣ୍ଡଳ ବ୍ୟାଙ୍କର ପ୍ରବର୍ତ୍ତକ ଭାବେ ଏଲ୍ଆଇସିକୁ ଆଇଡ଼ିବିଆଇ ବ୍ୟାଙ୍କ୍ରେ ନିୟନ୍ତ୍ରଣକାରୀ ଅଂଶଦାରୀର ଅଧିଗ୍ରହଣର ମଞ୍ଜୁରୀ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ