ଆଇତିପୁର ପଞ୍ଚାୟତରେ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ହାଟଡ଼ିହି,(ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି କିଛି ଗ୍ରାମବାସୀ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତର ଏକ ପୋଖରୀ ଖୋଳା ପାଇଁ ମନରେଗା ଯୋଜନାରେ ୭ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ କାମ କରୁଥିବା ଠିକାଦାର ମାନେ ଏହି ମାଟିକୁ ପୋଖରୀ ଆଡିରେ ନପକାଇ ସେମାନଙ୍କ ନାମରେ ଗୋଟିଏ ଗୋଟିଏ ଲ୍ୟାଣ୍ଡଡେଭଲପମେଣ୍ଟ ଅର୍ଡର ନେଇ ତାଙ୍କ ଜମିସବୁ ସମତୁଲ କରିଛନ୍ତି । ଫଳରେ ଗୋଟିଏ ପ୍ରକଳ୍ପରେ ତିନି ତିନିଟା କାମ କରାଯାଇଛି । ସେହିପରି ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ସମିତି ସେୟାରରେ ଅଢ଼େଇଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ମାତ୍ର ୩୦/୪୦ ହଜାର ଟଙ୍କାର କାମ କରି ଅନୁଦାନ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସମୟରେ ଗାଁର ଲୋକମାନେ କାମଧନ୍ଦା ପାଉ ନଥିବାବେଳେ ଗ୍ରାମର ଜବକାର୍ଡଧାରୀ ମାନଙ୍କୁ କାମ ଯୋଗାଇ ଦିଆଯାଉ ନାହିଁ । ମେସିନିରେ କାମକରି କିଛି ଲୋକଙ୍କ ଜବକାର୍ଡକୁ ପକାଯାଇ ଟଙ୍କା ଉଠାଯାଉଛି । ସେହିପରି ଦେହୁରୀ ସାହିରେ ଦୁଇଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ଉକ୍ତ ସାହିରାସ୍ତାକୁ ଆଜି ପର୍ଯ୍ୟନ୍ତ ମରାମତି କରାଯାଉ ନଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଗ୍ରାମର ଅକ୍ଷୟ ଜେନା, ସାନନ୍ଦ ନାୟକ, ସରୋଜ ଦାସ ପ୍ରମୁଖ ଅଭିଯୋଗ କରିବା ସହ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ