ଆଇତିପୁର ପଞ୍ଚାୟତରେ ମନରେଗା ଦୁର୍ନୀତି ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତରେ ହୋଇଥିବା ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି କିଛି ଗ୍ରାମବାସୀ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତର ଭାଗ୍ୟବତୀ ପୋଖରୀ ଖୋଳା ପାଇଁ ମନରେଗା ଯୋଜନାରେ ୭ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ କାମ କରୁଥିବା ଠିକାଦାର ମାନେ ଏହି ମାଟିକୁ ପୋଖରୀ ଆଡିରେ ନପକାଇ ସେମାନଙ୍କ ନାମରେ ଗୋଟିଏ ଗୋଟିଏ ଲ୍ୟାଣ୍ଡଡେଭଲପମେଣ୍ଟ ଅର୍ଡର ନେଇ ତାଙ୍କ ଜମିସବୁ ସମତୁଲ କରିଛନ୍ତି । ଫଳରେ ଗୋଟିଏ ପ୍ରକଳ୍ପରେ ତିନି ତିନିିଟା ପ୍ରକଳ୍ପର କାମ କରାଯାଇଛି । ସେହିପରି ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ସମିତି ସେୟାରରେ ଅଢ଼େଇଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ବହୁ ନିମ୍ନମାନର କାମ କରି ଅନୁଦାନ ଉଠାଇ ନେବାପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । କରୋନା ମହାମାରୀ ସମୟରେ ଲୋକମାନେ କାମଧନ୍ଦା ପାଉ ନଥିବାବେଳେ ଗ୍ରାମର ଜବକାର୍ଡଧାରୀ ମାନଙ୍କୁ କାମ ଯୋଗାଇ ଦିଆଯାଉ ନାହିଁ । ମେସିନିରେ କାମକରି କିଛି ଲୋକଙ୍କ ଜବକାର୍ଡକୁ ପକାଯାଇ ଟଙ୍କା ଉଠାଯାଉଛି ଓ ସେହି ଯବକାର୍ଡଧାରୀ ମାନଙ୍କୁ ଶହେ ଦୁଇଶହ ଦିଆଯାଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୁର୍ବରୁ ଏନେି ବିଡିଓଙ୍କ ନିକଟରେ ଅଭିଯୋଗ କରିବାପରେ ବିଡିଓ ଗାଁକୁ ଯାଇ କାମ ଗୁଡିକ ତଦାରଖ କରିବା ସହିତ ପଦକ୍ଷେପ ନେବାକୁ ପ୍ରତିାୃତି ଦେଇଥିଲେବି ମାସାଧିକ କାଳ ବିତିଯାଇଥିଲେ କୌଣସି ପଦକ୍ଷେପ ନେଇନଥିବା ଗ୍ରାମର ଅକ୍ଷୟ ଜେନା, ସାନନ୍ଦ ନାୟକ, ସରୋଜ ଦାସ ସୁଶାନ୍ତ କୁମାର ଦାସ, ସୂର୍ଯ୍ୟମଣି ନାୟକ, ଗୟାଧର ଦେହୁରୀ, ଭାଗିରଥି ଦାସ, ପ୍ରଶାନ୍ତ କୁମାର ଦାସ, ଦେବେନ୍ଦ୍ର ଦାସ, ସୁନନ୍ଦ ଦେହୁରୀ, ଗଣନାଥ ଜେନା, ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ