ଆଇନକୁ ହାତକୁ ନେଲେ ଗ୍ରାମବାସୀ, ଯୁବକକୁ ଗଛରେ ବାନ୍ଧି ନିର୍ଧୁମ ମାଡ଼

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ଅନ୍ତର୍ଗତ ପାଇକ ଜଗନ୍ନାଥପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଇଡ଼ କାନୁନ ସବୁକୁ ଭୁଲିଯାଇ ଗ୍ରାମବାସୀ ଗାଁ ଦାଣ୍ଡରେ ଥିବା ନଡ଼ିଆ ଗଛରେ ଏକ ଯୁବକକୁ ଅତି ନିର୍ମମ ଭାବେ ମାଡ଼ ମାରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଯୁବକଙ୍କୁ ମାଡ଼ ମାରି ଦୀର୍ଘ ସମୟ ଶାରୀରିକ ନିର୍ଯ୍ୟାତନା ଦେବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଯୁବକ ଜଣକ ଅନ୍ୟ ଗାଁର ହୋଇଥିବା ବେଳେ ପାଇକ ଜଗନ୍ନାଥପୁର ଗ୍ରାମରେ ଜଣକ ଘରକୁ ପଶି ଯିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଥିଲା । ଗ୍ରାମବାସୀ ଏକତ୍ରୀତ ହୋଇ ଯୁବକକୁ କାବୁ କରି ନାଁ ଗାଁ ପଚାରି ଥିଲେ । ସଠିକ୍ ଉତ୍ତର ନଦେବା ଫଳରେ ଗାଁ ଦାଣ୍ଡରେ ଥିବା ଏକ ଗଛରେ ବାନ୍ଧି ନିର୍ଧୁମ ମାଡ଼ ମାରିବା ଫଳରେ ରକ୍ତାକ୍ତ ହେବା ସହ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହାକୁ ନେଇ ପାଟପୁର ଥାନାରେ କୌଣସି ଏତଲା ହୋଇନଥିବା ବେଳେ ଘଟଣା ଘଟିବା ସ୍ଥାନରୁ ଥାନା ମାତ୍ର ୩ କିମି ହୋଇଥିଲେ ବି ପୋଲିସ ପାଖରେ ଘଟଣା ବିଷୟରେ କୌଣସି ଖବର ନଥିଲା । ଗ୍ରାମବାସୀଙ୍କ ଏଭଳି ଅମାନବିକ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ