ଆଇନଜୀବୀଙ୍କ ଅକାଳ ବିୟୋଗରେ ଗଭୀର ଶୋକ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଓକିଲ ସଂଘର ସଦସ୍ୟ ସନ୍ତୋଷ କୁମାର ପ୍ରଧାନ (ବୟସ ପ୍ରାୟ ୪୯ ବର୍ଷ) ଙ୍କ ଦୁର୍ଘଟଣାଜନିତ କାରଣରୁ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ଆଇନଜୀବୀ ତଥା ଆସିକା ଓକିଲ ସଂଘର ସଦସ୍ୟ ସନ୍ତୋଷ କୁମାର ପ୍ରଧାନ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ରୂପେ ପରିଚିତ ଥିବାରୁ ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଓକିଲ ସଂଘର ସଦସ୍ୟ ସନ୍ତୋଷ କୁମାର ପ୍ରଧାନଙ୍କ ଅକାଳ ବିୟୋଗରେ ଓକିଲ ସଂଘର ସଭାପତି ସୁଧାଂଶୁ ପଣ୍ଡା, ଉପସଭାପତି ପ୍ରଭାତ କୁମାର ପାଢୀ, ସଂପାଦକ ବିଦେଶୀ ନାହାକ, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ସରୋଜ କୁମାର ତ୍ରିପାଠୀ, ରବିନ୍ଦ୍ରନାଥ ଶର୍ମା, ଛବିଳରାମ ମିଶ୍ର, ଆସିକା ଓକିଲ ସଂଘର ଯୁଗ୍ମ ସଂପାଦକ ରାଘବ କୁମାର ନାହାକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର, ଲାଇବ୍ରେରୀ ସଂପାଦକ ସିମାଞ୍ଚଳ ସେଠୀ, ଆଇନଜୀବୀ ପି.ଶିବଶଙ୍କର ପାତ୍ର, ପ୍ରସନ୍ନ କୁମାର ବିଷୋୟୀ, ଶରତେନ୍ଦୁ ପଣ୍ଡା, ସନ୍ତୋଷ କୁମାର ପାଣିଗ୍ରାହୀ, ସୁଧାଂଶୁ କୁମାର ପାଣିଗ୍ରାହୀ, ଶିବଶଙ୍କର ମହାନ୍ତି, ମହେଶ୍ୱର ବେହେରା, ମାନସ ରଂଜନ ଗୌଡ, ଶରତ ଚନ୍ଦ୍ର ପାଢୀ, ପୂର୍ଣ୍ଣଚନ୍ଦ୍ର ନାୟକ, ପି.ଚନ୍ଦ୍ରଶେଖର ପାତ୍ର, ଅଜିତ୍‍ କୁମାର ଚୌଧୁରୀ, ଚିତ୍ତରଂଜନ ଦାଶ, କାଳିଚରଣ ଦାଶ, ଜି.ସୂର୍ଯ୍ୟପ୍ରକାଶ ରାଓ, ଅଜିତ୍‍ କୁମାର ନାୟକ, ହର୍ଷରଂଜନ ପାଢୀ, ଦିଲୀପ କୁମାର ପାଣିଗ୍ରାହୀ, ଅଜିତ୍‍ କୁମାର ପଟ୍ଟନାୟକ, ଭି.ଖୋକନ ରାଓ, ଲଳିତ ମୋହନ ଦାଶ, ରୁଦ୍ର ପାଣିଗ୍ରାହୀ, ଦ୍ୱାରିକାନାଥ ପରିଡା, ଚିନ୍ତାମଣି ମେକାପ୍‍, ଶିଶିର କୁମାର ନାୟକ, ପ୍ରତାପ କୁମାର ଭୂୟାଁ, ଶିବରାମ ପ୍ରଧାନ, ରବିନ୍ଦ୍ରନାଥ ପାତ୍ର, ନାରାୟଣ ମୁନି, ନାରାୟଣ ହୋତା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ