ଆଇନ୍ ସଚେେତନତା ଶିବିର

ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ପୁରୁଷୋତ୍ତମପୁର କୋର୍ଟ ତାଲୁକା ଆଇନସେବା କମିଟି ପକ୍ଷରୁ ଆଜି ପୁରୁଷୋତ୍ତମପୁର ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛିା ଏଥିରେ କମିଟିର ଅଧ୍ୟକ୍ଷ ତଥା ଆସିଷ୍ଟାଣ୍ଟସେସନ୍ସ ଜଜ୍ ଶରତକୁମାର ସାହୁ ସଭାପତିତ୍ବ କରିଥିବା ବେଳେ ପ୍ରଥମଶ୍ରେଣୀ ବିଚାରପତି ପୂଜାପ୍ରିୟଦର୍ଶନି ପତି ଯୋଗଦେଇଥିଲେ । ବର୍ତମାନ ବିଭିନ୍ନ ସ୍ଥାନରେ ନାବାଳିକା ମାନଙ୍କ ଉପରେ ବଳକ୍ତାର, ଅଶାଳିନ ବ୍ଯବହାର ଦିନ କୁ ଦିନ ବଢିବାରେ ଲାଗିଛିା ଏହାକୁ ନେଇ ନାବାଳିକାଙ୍କୁ ନ୍ଯାୟ ପ୍ରଦାନ ଲାଗି ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବରେ ପୋସ୍କୋ ଆଇନ ପ୍ରଣୟନ କରିବା ସହ ପୋସ୍କୋ କୋର୍ଟ ମଧ୍ଯ ଖୋଲିଛନ୍ତିାଏହି କୋର୍ଟ ଓ ଆଇନ ମାଧ୍ଯମରେ କିଭଳି ପିଡିତା ଙ୍କୁ ଠିକ୍ ସମୟ ମଧ୍ଯରେ ନ୍ଯାୟ ପ୍ରଦାନ କରାଯିବା ସହ ଅଭିଯୁକ୍ତ ଙ୍କୁ ଦଣ୍ଡ ବିଧାନ କରାଯିବା ସେଥିନେଇ ବିଭିନ୍ନ ସମ୍ପର୍କରେ ଗୁରତ୍ବାରୋପକରି ସଚେତନ କରାଇଥିଲେ । କାର୍ଯ୍ୟକ୍ରମ ରେ ଓକିଲ ସଂଘର ଉପ ସଭାପତି ଗୌରୀ ଶଙ୍କର ରାଉଳ, ସଂପାଦକ ସିମାଞ୍ଚଳ ମିଶ୍ର,ସହ ସଂପାଦକ ଅକ୍ଷୟକୁମାର ବେହେରା, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରାପାଠି, କୃଷ୍ଣ ଚନ୍ଦ୍ର ଗୌଡ, ବରିଷ୍ଠ ଆଇନଜୀବି ରମା ରଞ୍ଜନ ଦାସ,ଅମରେଶ ତ୍ରୀପାଠି, ପ୍ରଭାତକୁମାର ପଟ୍ଟନାୟକ, ଦୟାନିଧି ପଣ୍ଡା,ପ୍ରଭାତକୁମାର ଦାଶ, ରବିନ୍ଦ୍ର କୁମାର ସାହୁ, ରବିନ୍ଦ୍ର ବେହେରା ପାଣ ବେରା ପ୍ରମୁଖ ଯୋଗଦେଇ ସଚେତନତା କରାଇଥିଲେ । କୋର୍ଟର କର୍ମଚାରିମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ