ଆଇନ ମାନୁନଥିବା ଅଧିକାରୀମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଉ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ କିଛିଦିନ ହେବ ୨୩ ଏବଂ ୩୯ ନମ୍ବର ୱାର୍ଡ଼ର କଳିଙ୍ଗ ବିହାର କେ-୪ ଏବଂ କେ-୫ ଅଞ୍ଚଳର ଶିବମନ୍ଦିର ଛକ ନିକଟରେ ଦୀର୍ଘ ୧୮ ବର୍ଷରୁ ଉର୍ଦ୍ଧ୍ୱ ହେବ ବେକାର ଯୁବକ ଯୁବତୀମାନେ ଉଠାଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି । କିନ୍ତୁ ବଡ଼ ଦୁଃଖ ଓ ପରିତାପ ବିଷୟ ବିଡ଼ିଏ, ବିଏମ୍ସି, ଜିଏ, ପୋଲିସ୍ର ମିଳିତ ଉଦ୍ୟମରେ ସେହି ଅଞ୍ଚଳରେ ଦୋକାନ କରିଥିବା ପାଖାପାଖି ୨୦୦ ଉଠାଦୋକାନୀଙ୍କୁ ଚାରି ଚାରିଥର ଉଚ୍ଛେଦ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ହସ୍ତକ୍ଷେପ ଫଳରେ ଉଚ୍ଛେଦ କାର୍ଯ୍ୟ ବନ୍ଦ କରାଯାଇଥିଲା ଏବଂ ମହାନଗରପାଳିକା ସୁଲୋଚନା ଦାସଙ୍କ ସହଯୋଗରେ ସେହି ଅଞ୍ଚଳରେ ଭେଣ୍ଡିଂଜୋନ କରାଯାଇ ଦୋକାନୀମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରିତାପର ବିଷୟ ସୋମବାର ହଠାତ୍ ବିଡ଼ିଏମ୍, ବିଏମ୍ସିର କିଛି ଉଚ୍ଛେଦକାରୀ ଦଳ ଡ୍ରୋଜର ଧରି କଳିଙ୍ଗ ବିହରରେ ଦୋକାନ ଉଚ୍ଛେଦ କରିବା ପାଇଁ ବଳପ୍ରୟୋଗ କରିଥିଲେ । କଳିଙ୍ଗ ବିହାରର ଦୋକାନୀ ରମେଶ ଚନ୍ଦ୍ର ପତି, ଆଦିତ୍ୟ ପ୍ରସାଦ ରଥ, ସୂର୍ଯ୍ୟକାନ୍ତ ପଣ୍ଡା, ଶିଶିର ମହାନ୍ତି, ଜୟନ୍ତ ପ୍ରଧାନ ପ୍ରମୁଖ ଉଚ୍ଛେଦକାରୀ ଦଳଙ୍କୁ ମାନ୍ୟବର ହାଇକୋର୍ଟଙ୍କ ସ୍ଥିତାବସ୍ଥା /ନିର୍ଦ୍ଦେଶ ଦେଖାଇଲା ପରେ ଉଚ୍ଛେଦକାରୀ ଦଳ ତାହା ନଶୁଣି ଜୋର ଜବରଦସ୍ତ ଦୋକାନ ଉଚ୍ଛେଦ କରିବାକୁ ଯୋଜନା କରିଥିଲେ । ସେହି ସମୟରେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଏବଂ ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ôଚ ଉଚ୍ଛେଦକାରୀ ଦଳଙ୍କୁ ଘୋର ବିରୋଧ କରିବା ସହିତ ଉଠାଦୋକାନୀ ଆଇନ ଓ ସମ୍ବିଧାନର ଧାରା ୧୯(୧)(ଛ) ଉପରେ ବୁଝାଇଥିଲେ ଏବଂ ଉଚ୍ଛେଦକାରୀ ଦଳ ସମ୍ବିଧାନକୁ ଅବମାନନା କରିଥିବା ବେଳେ ସମସ୍ତ ଉଠାଦୋକାନୀ ସମ୍ବିଧାନ ବଡ଼ ନା ବିଡ଼ିଏ ବଡ଼, ଆଇନ ମାନୁନଥିବା ବିଡ଼ିଏ କର୍ମଚାରୀଙ୍କୁ ଚାକିରିରୁ ବହିସ୍କୃତ କରାଯାଉ ଆଦି ସ୍ଲୋଗାନ ଦେଲା ପରେ ଉଚ୍ଛେଦକାରୀ ଦଳ ସେଠାରୁ ଚାଲିଯାଇଥିଲେ ।
ଏଠାରେ ସୂଚନା ଥାଉକି, ରାଜ୍ୟ ସରକାରଙ୍କ କର୍ମଚାରୀ ଆଇନ ନମାନିବା, ଆଇନ ବିରୋଧ କାର୍ଯ୍ୟରୁ ନିବୃତ୍ତ ନ ରୁହନ୍ତି, ତେବେ ବାଧ୍ୟ ହୋଇ ହଜାର ହଜାର ଉଠାଦୋକାନୀ ନବୀନ ନିବାସ ଘେରାଉ କରିବେ ବୋଲି ମହାସଂଘର ସଭାପତି ପ୍ରତାପ କୁମାର ସାହୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।


