ଆଇନ ରକ୍ଷକ ଆଇନ ଭାଙ୍ଗିଲେ ଡବଲ ଜୋରିମାନା : ଏସିପି
ଚିକିଟି , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଫାଣ୍ଡି ଅଧିନସ୍ଥ ଧାନଘରଠାରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ନୂଆଗାଁ ପୋଲିସର ଆନୂକୁଲ୍ୟରେ ଥାନା ଅଧିକାରୀ ଏସଡିପିଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ବ୍ରହ୍ମପୁର ଆରକ୍ଷୀ ଅଧ୍ୟକ୍ଷକ ପିନାକ ମିଶ୍ର ଯୋଗଦେଇ ଟ୍ରାଫିକ ସମସ୍ୟାର ସମାଧାନ ବିଷୟରେ ସଚେତନତା କରାଇ ଗାଡି ମୋଟର ଚାଳନା କରୁଥିବା ବ୍ୟକ୍ତିଙ୍କୁ ସାବଧାନତା ଅବଲମ୍ବନ କରାଇବା ସହ ଆଇନ ରକ୍ଷକମାନେ ମୋଟର ଆଇନ ଭଙ୍ଗ କଲେ ସାଧାରଣ ଜନତାଙ୍କଠାରୁ ଡବଲ ଜୋରିମାନା ଦେବାକୁ ବାଧ୍ୟ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚିକିଟି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫାଲଗୁନୀ ମାଝୀ , ତହସିଲଦାର ହର ପ୍ରସାଦ ଭୋଇ , ଚିକିଟି ମହାବିଦ୍ୟାଳୟର ଅଧ୍ୟକ୍ଷ ମଞ୍ଚାସୀନ ଥିବାବେଳେ ଅତିରିକ୍ତ ତହସିଲଦାର ଡା. ଓକ୍ତି ପ୍ରସାଦ ଶ୍ରୀ ହରି ଚନ୍ଦନ , ମାନଓ କସ୍ତୁରୀ ଗଣେଷ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।