ଆଇନ ଶୃଙ୍ଖଳା ଭୁଷୁଡି ପଡିଥିବା ପ୍ରତିବାଦ ନେଇ ଆସନ୍ତା କାଲି ଅନୁଗୁଳ ବନ୍ଦ
(ଯୁଗାବ୍ଦ ନ୍ୟୁଜ )ଆସନ୍ତାକାଲି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ । ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨ଥର ଆଖି ଗାଏବ ହେବା ଘଟଣାରେ ତଦନ୍ତ ଦାବି କରିଛି ବିଜେପି। ନିକଟରେ ଏକ ୪ବର୍ଷ ଝିଅର ଶବରୁ ଆଖି ତାଡ଼ି ନେବା ଘଟଣାର ୨ଦିନ ନପୁରୁଣୁ ଗତକାଲି ଜଣେ ଯୁବକଙ୍କ ଶବରୁ ଆଖି ଗାଏବ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଘଟଣା ବାରମ୍ଵାର ଘଟୁଥିବାରୁ ଏହାକୁ ବିରୋଧ କରିବା ସହ ତଦନ୍ତ ଦାବି କରିଛି ବିଜେପି। ଏହାସହ ଅନୁଗୁଳ ବସଷ୍ଟାଣ୍ଡରେ ଜଣେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର ମଧ୍ୟ ତଦନ୍ତ ଦାବି କରିଛି।ଗତକାଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ ପୋଷ୍ଟ ମର୍ଟମ ପାଇଁ ଶବଗୃହରେ ରଖାଯାଇଥିଲା। ପରେ ପୋଷ୍ଟ ମର୍ଟମ ପାଇଁ ଯେତେବେଳେ ଶବ ଆସିଥିଲା ସେଥିରେ ଗୋଟିଏ ଆଖି ନଥିବା ଦେଖିବାକୁ ମିଳିଥିଲା। ଏହା ପରେ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା।