ଆଇନ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନସେବା ପ୍ରାଧିକରଣ କେନ୍ଦୁଝର ସୌଜନ୍ୟରୁ ଜିଲ୍ଲା କୋର୍ଟ ପରିସରରେ କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡନ,ପ୍ରତିରୋଧ,ନିଷିଦ୍ଧ ଓ ନିରାକରଣ ଆଇନ-୨୦୧୩ ସୁପ୍ରିମକୋର୍ଟଙ୍କ ରାୟର ଆଂଚଳିକ ଅନୁବାଦ,ହାଇକୋର୍ଟଙ୍କ ଭିଡିଓ ବିବରଣୀର ସଫଳତା ଶୀର୍ଷକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ପୋସ ଆଇନ,ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଓ ସ୍ଥାନୀୟ ଅଭିଯୋଗ କମିଟି ଉପରେ ଅଭିବ୍ୟକ୍ତି ରଖି ପ୍ରାଧିକରଣ ଦ୍ୱାରା ରଖାଯାଇଥିବା ଅଭିଯୋଗ ବାକ୍ସରେ ମଧ୍ୟ ଅଭିଯୋଗକାରିଣୀ ଅଭିଯୋଗ କରିପାରିବେ ବୋଲି ମତ ଦେଇଥିଲେ । ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ପୋସ ଆଇନ ସମ୍ବନ୍ଧରେ ବୈଦୁ୍ୟତିକ ଭିଡିଓ ମାଧ୍ୟମରେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଅଧିକାରୀ ବିକାଶ ରଞ୍ଜନ ନାୟକ ମଧ୍ୟ ବୈଦୁ୍ୟତିକ ଭିଡିଓ ମାଧ୍ୟମରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଭାଷାନୁବାଦ କୁ ବାଖ୍ୟା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ବିଚାରପତି ଦୁର୍ନୀତି ନିବାରଣ ଭଗବାନ ପ୍ରଧାନ,ପରିବାର ଅଦାଲତ ବିଚାରପତି ଇତିଶ୍ରୀ ମହାପାତ୍ର,ଅତିରିକ୍ତ ଜିଲ୍ଲା ଜଜ୍ ମମିତା ଦାଶ,ପୋକ୍ସ ବିଚାରପତି ମୋନାଲିସା ମହାନ୍ତି,ଅତିରିକ୍ତ ଜିଲ୍ଲା ଜଜ୍ ବିଜୟ କୁମାର ମିଶ୍ର,ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ହିମାଂଶୁ ଶେଖର ବିଶ୍ୱାଳ,ରେଜିଷ୍ଟ୍ରାର ସୁଚେତା କୃପାଳିନୀ,ମହିଳା କୋର୍ଟ ବିଚାରପତି ନେହା ଦାଶ,ଉପଖଣ୍ଡୀୟ ବିଚାରପତି ସୁମିତ୍ରା କୁମାରୀ ଦାଶ,ପ୍ରଥମ ଶ୍ରେଣୀ ବିଚାରପତି ଅମ୍ବିକେଶ ପାଣିଗ୍ରାହୀ,ପ୍ରଥମ ଶ୍ରେଣୀ ବିଚାରପତି ଜଙ୍ଗମ ଈଶ୍ୱର, କୋର୍ଟ ପରିଚାଳକ ଅଚୁ୍ୟତାନନ୍ଦ ସାମନ୍ତରା ଉପସ୍ଥିତ ଥିବାବେଳେ ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଅଭିଭାଷଣ ଦେଇ ଶିବିର ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୋର୍ଟ ଆଭ୍ୟନ୍ତରୀଣ କମିଟିର କର୍ମକର୍ତ୍ତା,ଆଇନଜୀବି,କୋର୍ଟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ବିଭିନ୍ନ ସନେ୍ଦହାତ୍ମକ ଦିଗ ଉପରେ ପ୍ରଶ୍ନ ପଚାରି ସନ୍ତୋଷଜନକ ଉତ୍ତର ପାଇ ପାରିଥିଲେ ।