ଆଇନ ସହିତ ଦ୍ଵନ୍ଦ ରେ ଥିବା ଶିଶୁ ମାନଙ୍କୁ ସରକାରୀ ଯୋଜନା ବିଷୟରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ବ୍ରହ୍ମପୁର ପର୍ଯ୍ୟବେକ୍ଷଣ ଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ପକ୍ଷରୁ ଆୟୋଜିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ, ଶିଶୁ କଲ୍ୟାଣ କମିଟି ର ସଦସ୍ୟ ଡଃ ଶ୍ୟାମ କାନ୍ତ ଜେନା, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ଅମିୟ କୁମାର ତ୍ରିପାଠୀ, ଅତିରିକ୍ତ କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ବିଭୁପ୍ରସାଦ ସାମନ୍ତରାୟ, superintendent P ରମେଶ ରାଓ, ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହି ଶିଶୁ ମାନଙ୍କ ସାମାଜିକ ଚଳଣି, ଶିଶୁର ବ୍ୟକ୍ତିଗତ ଯୋଜନା, ଶିଶୁ ଏବଂ ତାଙ୍କ ପରିବାର କୁ ପରାମର୍ଶ ପ୍ରଦାନ, ଶିଶୁ ର ସୁରକ୍ଷିତ ଓ ଯତ୍ନ ଦେବା ସହ ସେମାନଙ୍କ ଦକ୍ଷତା, ନେତୃତ୍ୱ, ଧନ୍ଦାମୂଳକ ତାଲିମ ମାଧ୍ୟମ ରେ ରୋଜଗାର କ୍ଷମ ହେବାପାଇଁ ଆହ୍ଵାନ ଦେଇଥିଲେ। ଶିଶୁ ମାନଙ୍କ ପାଇଁ ଉଦିଷ୍ଟ ସରକାର ଙ୍କ ବିଭିନ୍ନ ଯୋଜନା ମାନ ବିଷୟରେ ସାଧନ ବ୍ୟକ୍ତି ମାନେ ସମ୍ୟକ ଧାରଣା ରଖିଥିଲେ । ପର୍ଯ୍ୟବେକ୍ଷଣ ଗୃହର ସମସ୍ତ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ