ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଲୋକ ଅଦାଲତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ): ରଷ୍ଟ୍ରିୟ ଆଇନ ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଚଳିତ ବର୍ଷର ଚତୁର୍ଥ ଲୋକ ଅଦାଲତ ଜିଲ୍ଲା ଜର୍ଜ ତଥା ପ୍ରାଧିକତରଣ ଅଧକ୍ଷ ରାମଶଙ୍କର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଦାଲତରେ ପାଞ୍ଚଟି ବେଞ୍ଚ ମାଧ୍ୟମରେ ମୋଟ ୮୬ଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୁରଣ ମାମଲାର ସମାଧାନ ହୋଇ କ୍ଷତି ପୁରଣ ବାବଦକୁ ୩୫୨୭୧୦୦/ ଟଙ୍କା ଆଦେଶ ହୋଇଥିଲା । ଯେଉଁଥିରେ ଚାରି ଗୋଟି ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଓ ଅନାନ୍ୟ ପ୍ରାଇଭେଟ ଇନ୍ସୁରାନ୍ସ କମ୍ପାନୀ ମାନେ ଭାଗ ନେଇଥିଲେ । ସେହିଭଳି ୧୨୯ ଗୋଟି ପ୍ରି- ଲିଟଗେସନ କେସ ସମାଧାନ ହୋଇ ୭୪୦୨.୬୮୫/ ପାଇଁ ଆଦେଶ ହୋଇଥିଲା । ୧୩୯ଟି ଫୌଜଦାରୀ ମକଦମା , ୫୭ଟି ଦେହାନ୍ତ ମକଦମା , ୨୩ଟି ପରିବାର ମକଦମା ଗୁଡିକୁ ବିଚାରପତିଙ୍କ ଦ୍ୱାରା ବିଚାର କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପ୍ରାଧୀକରଣ ସଚିବ ବିଜୟ କୁମାର ଦାସ ସମ୍ପାଦନ କରିଥିଲେ ।


