ଆଇନ ସେବା ପ୍ରାଧିକରଣ ତରଫରୁ ସାଇବର କ୍ରାଇମ ସଚେତନ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ସାଇବର କ୍ରାଇମକୁ ନେଇ ଏକ ସଚେତନତା ଶିବିର ପାରଳାଖେମୁଣ୍ଡି ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ବିଶ୍ୱଜିତ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦ୍ରୁତ କମ୍ପୁଟରୀକରଣ ଦ୍ୱାରା ଅପରାଧିମାନେ ନିଜ କାୟା ବିସ୍ତାର କରୁଛନ୍ତି ଏବଂ ସାଧାରଣ ଜନତା ପ୍ରତ୍ୟେକ ଜିନିଷ ପ୍ରତି ସତର୍କତା ଅବଲମ୍ବନ କଲେ ସାଇବର କ୍ରାଇମ ରୋକାଯାଇପାରିବ ବୋଲି ଆଲୋକପାତ କରିଥିଲେ । ଛୋଟ ଛୋଟ ଅସାବଧାନତା ଯୋଗୁଁ କଷ୍ଟ ଉପାର୍ଜିତ ଧନ ଅପରାଧିମାନେ ସାଇବର ହ୍ୟାକ ମାଧ୍ୟମରେ ନେଇଯାଉଛନ୍ତି ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । ତେଣୁ ପ୍ରତ୍ୟେକ ସାଧାରଣ ଜନତା ଏଥିପ୍ରତି ସଚେତନତା ହେବା ଆବଶ୍ୟକ ବୋଲି କୁହାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାଧିକରଣର ସମ୍ପାଦକ ବ୍ୟୋମକେଶ ନାୟକ, ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ, ଚନ୍ଦ୍ରହ୍ରାସ ବେହେରା, ଦୀପା ଦାସ, ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତଥିଲେ ।