ଆଇନ ସେବା ପ୍ରାଧିକରଣ ତରଫରୁ ଶିକ୍ଷା ଅଧିକାର ନେଇ ସଚେତନତା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଭାରତକା ଅମୃତ” ମୋହତ୍ସବ ଉପଲକ୍ଷେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ସ୍ଥିତ ଗୁମ୍ମା ବ୍ଲକ ସମ୍ମିଳନୀ କକ୍ଷଠାରେ ପିଲାମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛଇ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଗଜପତି ଜିଲ୍ଲା ଦୈାରା ଜଜ୍-ତଥା-ପ୍ରାଧିକରଣର ଅଧ୍ୟକ୍ଷ ବିଶ୍ୱଜିତ ଦାସ ଉପସ୍ଥିତ ରହି ସଚେତନତା ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ବାଲ୍ୟା ଅବସ୍ଥାରୁ ଶିକ୍ଷାର ଉନ୍ନତି ହେଲେ ସମାଜର ଉନ୍ନତି ହୋଇପାରିବ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ । ଅନ୍ୟତମ ଅତିଥିଭାବେ ପ୍ରାଧିକରଣର ସଚିବ ବ୍ୟମେକେଶ ନାୟକ ଉପସ୍ଥିତ ରହି ୬ରୁ୧୪ ବର୍ଷର ପିଲାମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ବିଷୟରେ ସଚେତନତା କରାଇଥିଲେ ଏବଂ ଆଦିବାସୀ ଅଧ୍ୟୁଷିତ ଜନଜାତିମାନେ କରିପରି ତୃଣମୂଳସ୍ତରରୁ ଆଇନ ସେବା ପାଇପାରିବେ ସେ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ସମାଜରେ ବସବାସ କରୁଥିବା ବିଭିନ୍ନ ଶ୍ରେଣୀର ଜନସାଧାରଣଙ୍କ କିପରି ଉଚିତ୍ ନ୍ୟାୟ ପାଇପାରିବେ ଏବଂ ସେ ଦିଗରେ ପ୍ରାଧିକରଣର ରହିଥିବା ଭୂମିକା ବିଷୟରେ ବୁଝାଇଥିଲେ । ଅନ୍ୟତମ ଅତିଥି ବାବେ ମୁଖ୍ୟ ବିଚାରବିଭାଗୀୟ ଅଧିକାରୀ ଜିଲ୍ଲା ସିଭିଲ କୋର୍ଟ ରେଜିଷ୍ଟ୍ରାର ମାନସ କୁମାର ପଣ୍ଡା, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶୁଭଶ୍ରୀ ପ୍ରଧାନ, ସହାୟକ ସଚିବ ବର୍ଷା ଶର୍ମା, କଟକ ସ୍ଥିତ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ରୁଦ୍ର ପ୍ରସାଦ ନାୟକ, ଗୁମ୍ମା ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନଟବର ଗରଡା, ଗୁମ୍ମା ତହସିଲଦାର, ଆଇନଜୀବୀ ଓ ପାରାଲିଗାଲ ଭଲ୍ୟୁଣ୍ଟର ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଜିଲ୍ଲା ଦୌରାଜଜ୍ଙ୍କ ଦ୍ୱାରା ସ୍ଥାନୀୟ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ଏବଂ ବ୍ଲକ କର୍ମଚାରୀମାନେ ପରିଚାଳନା କରିଥିଲେ ।