ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଦୌରା ଜର୍ଜ୍ଜ ତଥା ପ୍ରାଧିକରଣର ଅଧକ୍ଷ୍ୟ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦେଶକ୍ରରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନାଗରିକମାନଙ୍କ ପାଇଁ ଥିବା ସାମ୍ବିଧାନିକ ଅଧିକାର ଏବଂ ସେମାନଙ୍କର ମୌଳିକ କର୍ତବ୍ୟ ଉପରେ ଏକ ଅନଲାଇନ ସ୍ତରରେ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁକ୍ଷ ବିଚାର ବିଭାଗୀୟ ଅଧିକାରୀ, ଶ୍ରୀ ମାନାସ କୁମାର ପଣ୍ଡା ଯୋଗଦେଇ ନାଗରିକ ମାନଙ୍କ ପାଇଁ ଉଦିଷ୍ଟ ଥିବା ସାମ୍ବିଧାନିକ ଅଧିକାର ଏବଂ ସେମାନଙ୍କର ମୌଳିକ କର୍ତବ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିରଲ । ଏହାସହିତ ପ୍ରାଧିକରଣର ସମ୍ପାଦକ ଶ୍ରୀ ରବି ନାରାୟଣ ବେହେରା ମଧ୍ୟ ନାଗରିକ ମାନେ କିପରି ଧର୍ମ, ବର୍ନ ନିର୍ବିଶେଷରେ ସାମ୍ବିଧାନିକ ଅଧିକର ରୁ ବଞ୍ଚିତ ନହେବା ଏବଂ ନିଜର ମୌଳିକ କର୍ତବ୍ୟ କିପରି କରିବେ ତାହା ଉପରେ ସଚେତନ କରିଥିରଲ । ଏହା ସହିତ ସନମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ୍ଜ୍,ଶ୍ରୀ ହେମନ୍ତ କୁମାର ସେଠୀ, ଦେବାନୀ ଅଧିକାରୀ , ଚନ୍ଦ୍ରଦାଶ ବେହେରା, ରେଜିଷ୍ଟର ସତ୍ୟବ୍ରତ ରଣା, ଏସ.ଡି.ଯେ.ଏମ୍ , ସୁଶ୍ରୀ ବର୍ଷା ଶର୍ମା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ , ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ବୃନ୍ଦ , ପାରା ଲିଗଲ ଭାଲୁଣ୍ଟୀର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ