ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି, ଓଡିଶା ରାଜ୍ୟ ଆଇନ ରେବା ପ୍ରାଧିକରଣ କଟକ ଓ ମାନୟବର ଜିଲ୍ଲା ର ଦୌରାଜ୍ଜ୍ ତଥା ପ୍ରାଧିକରଣର ଅଧକ୍ଷ୍ୟ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଧେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କୋଭିଡ ଭିକ୍ଟିମ୍ ମାନଙ୍କ ମଙ୍ଖଳ ନିମନ୍ତେ ଥିବା ସରକାରଙ୍କ ବିଭିନ୍ନ ଯୋଜୋନା ଗୁଡିକ ଉପରେ ଏକ ଅନଲାଇନ ସ୍ତରରେ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ରବି ନାରାୟଣ ବେହେରା ସରକାରଙ୍କ କୋଭିଡ ଭିକ୍ଟିମ୍ ଙ୍କ ମଙ୍ଗଳ ପାଇଁ ଥିବା ବିଭିନ୍ନ ଯୋଜୋନା ଉପରେ ଆଲୋକପାତ କରିଥିଲେ । ଏହାସହିତ ଡ.ଏମ୍.ଏମ୍.ଆଲି ଯୋଗୋଦେଇ କୋଭିଡ ରୋଗୀ ଏବଂ କୋଭିଡ ଭିକ୍ଟିମ୍ ଙ୍କ ପାଇଁ ଥିବା ବିଭିନ୍ନ ସୁବିଧାସୁଯୋଗ ଉପରେ ପୁଙ୍ଖାନୁପୁଙ୍କ ଭାବେ କହିଥିଲେ । ଏହାସହିତ ସମ୍ମାନିତ ଅତିଥି ଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ, ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ଏହି କାର୍ଯ୍ୟକ୍ରମରେ ଯୋଗୋଦେଇଥିଲେ । ଅଧିକନ୍ତୁ, ଆଇନଜୀବୀ ବୃନ୍ଦ ଏବଂ ପାରା ଲିଗଲ ଭାଲୁଣ୍ଟୀର ମଧ୍ୟ ଏହି କା କାର୍ଯ୍ୟକ୍ରମରେ ଯୋଗୋଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିରଲ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମକର୍ତାମାନେ ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ