ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗଜପତି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି।ଏହି ପ୍ରତିଯୋଗିତାକୁ ଜିଲ୍ଲା ଦୌରା ଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଣବ କୁମାର ରାଉତରାୟ ଉଦଘାଟନ କରିବା ସଙ୍ଗେ ସଙ୍ଗେ ନିଜ ମତବ୍ୟରେ ସେ କପଟ ହୀନ କୋମଳ ମତି ଛାତ୍ର ଛାତ୍ରୀ ମାନେ ହିଁ ଆଇନ ଓ ନ୍ୟାୟ ଶାସନ ବିଷୟରେ ଅବଗତ ହେଲେ ସେମାନେ ଯାହା କହିବେ ସମାଜ ଗ୍ରହଣ କରିବ ଓ ସେମାନେ ହିଁ ଦେଶର ଗଠନରେ ଭବିଷ୍ୟତ ସୁନାଗରିକ ହୋଇ ପାରିବେ ବୋଲି କହିଥିଲେ।ସେହି ଭଳି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଶ୍ରୀ ରବି ନାରାୟଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ କିଶୋର କିଶୋରୀ ଙ୍କୁ ଉପଯୁକ୍ତ ଭାବେ ଶିକ୍ଷିତ କରିବା ସହ ଆଇନ ବିଷୟରେ ସଚେତନତା କରିବା ଆବଶ୍ୟକ ବୋଲି କହିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଳୟର ବିଚାରପତି ଗଣ ଯଥା ମାନ୍ୟବର ପରିବାର ଅଦାଲତର ବିଚାରପତି ସୁବ୍ରତ ମହାନ୍ତି, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ପ୍ରଦୀପ କୁମାର ସାମଲ ,ଦେବାନି ଅଦାଲତ ବିଚାରପତି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ, କୋର୍ଟ ରେଜିଷ୍ଟ।ର ଶ୍ରୀ ସତ୍ୟ ବ୍ରତ ରାଣା ଓ ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଆୟୋଜିତ ବିଭିନ୍ନ ପ୍ରତିଯୋଗିତାମାନ ଦେଖିଥିଲେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା ଓ ଅଭିନୟ ମାଧ୍ୟମରେ ପିଲାମାନେ ପ୍ରତିଯୋଗିତାରେ ଭାଗ ନେଇଥିଲା ବେଳେ କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାର ବରିଷ୍ଠ ବିଚାରକ ମଣ୍ଡଳୀ ଯଥା ଅଧିକ୍ଷକ ଡକ୍ଟର କଲ୍ୟାଣି ମିଶ୍ର, ଅଧିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ରଥ, ବିଚିତ୍ରା ନନ୍ଦ ବେବର୍ତ୍ତା ଆଦର୍ଶ ଦାସ ଲିଙ୍ଗରାଜ ଦାସ, ମୁରଲୀଧର ପରିଚ୍ଛା, ଅର୍ଜ୍ଜୁନ ନାୟକ, ମନୋଜ କୁମାର ପରଧି ପ୍ରମୁଖ ଉପସ୍ଥିତ ରହି ଅଂଶ ଗ୍ରହଣ କରି ଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୂଲ୍ୟାଙ୍କନ କରିଥିଲେ। ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ଚିତ୍ରାଙ୍କନରେ ଓଡ଼ିଆ ଆଦର୍ଶ ବିଦ୍ୟାଳୟ ଗୁଣ୍ଡିମାର ଛାତ୍ର ସତ୍ୟ ଶବର,ପ୍ରବନ୍ଧ ରେ ଗଜପତି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଅର୍ଚ୍ଚିତା ସିଦ୍ଧି ଶ୍ରୀ ,ବକୃତା ରେ ଶ୍ରୀ ଅରବିନ୍ଦ ସ୍କୁଲର ଛାତ୍ରୀ ସୁଶ୍ରୀ ରେଖା ବାରିକ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମଞ୍ଚ ନାଟକ ପ୍ରତିଯୋଗିତାରେ ଓଡ଼ିଆ ଆଦର୍ଶ ବିଦ୍ୟାଳୟ ଗୁଣ୍ଡିମାର ଛାତ୍ର ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ଏହି କାର୍ଯ୍ୟକ୍ରମ କୁ ପ୍ରାଧିକରଣ କର୍ମଚାରୀ ଓ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।