ଆଇନ ସେବା ପ୍ରାଧିକରଣ ଦ୍ୱାରା ବୃଦ୍ଧଙ୍କୁ ଥଇଥାନ
ଛତ୍ରପୁର,(ଦେବଦତ୍ତ ମହାରଣା): ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ଅସହାୟ ବୃଦ୍ଧଙ୍କୁ ଗୋପାଳପୁର ଠାରେ ଥିବା ଜରାଶ୍ରମ ଠାରେ ଥଇଥାନ କରାଯାଇଛି | ଉକ୍ତ ବୃଦ୍ଧ ଜଣଙ୍କ ନାମ ଶ୍ରୀ ସୂର୍ଯ୍ୟ କୁମାର ସାହୁ ତାଙ୍କର ଏହି ବାର୍ଦ୍ଧକ୍ୟ ଅବସ୍ଥାରେ ରକ୍ଷଣା ବେକ୍ଷଣ ପାଇଁ ପରିବାର ରୁ କେହି ନଥିବାରୁ ସେ ବର୍ଗର ଥଇଥାନ ପାଇଁ ସମ୍ମୁଖ କାର୍ଯ୍ୟାଳୟର ସହାୟତାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣରୁ ଦ୍ୱାରସ୍ଥ ହୋଇଥିଲେ | ଉକ୍ତ ଖବର ପାଇଁ ପ୍ରାଧିକରଣ ସଚିବ ଶ୍ରୀମତୀ ଆଲ୍ପନା ସ୍ୱାଇଁ ଉକ୍ତ ବୃଦ୍ଧ ଙ୍କ ଥଇଥାନ ନିମନ୍ତେ ଡିଏସଏସଓ ଗଞ୍ଜାମ ଜରାନିବାସ ଗୋପାଳପୁର କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ ଏବଂ ତ୍ୱରିତ ପ୍ରକ୍ରିୟାରେ ବୃଦ୍ଧଙ୍କ ଥଇଥାନ କରିବା ନିମନ୍ତେ ଟେଲିଫୋନ ମାଧ୍ୟମରେ ଜଣାଇଥିଲେ ଉକ୍ତ ପାତ୍ରାନୁସାରେ ବୃଦ୍ଧ ଜଣଙ୍କୁ ଜରାଶ୍ରମ ରେ ଥଇଥାନ କରିବାକୁ ଅନୁରୋଧ କରିଥିଲେ | ଏହାକୁ ନେଇ ଗୋରାଚାନ୍ଦ ଭଟ୍ଟମିଶ୍ର ସଦର ଥାନା ସାହାଯ୍ୟରେ ଜରାନିବାସ ଗୋପାଳପୁର ଠାରେ ଥଇଥାନ କରାଇ ପ୍ରାଧିକରଣକୁ ସୂଚିତ କରିଥିଲେ |


