ଆଇପିଏଲ ୨୦୧୯ ର କାର୍ଯ୍ୟସୁଚି ଘୋଷଣା କଲା ବିସିସିଆଇ

ଗୋଟିଏ ପଟେ ସାଧାରଣ ନିର୍ବାଚନ ଥିବାବେଳେ ଅନ୍ୟପଟେ ଆଇପିଏଲର ଫେବର । ମାର୍ଚ୍ଚ ୨୩ରୁ ମେ’ ୫ ପର‌୍ୟ୍ୟନ୍ତ ଲିଗ୍ ପର‌୍ୟ୍ୟାୟ ମ୍ୟାଚ୍ ଖେଳାଯିବ ତେବେ ଏହା ପୂର୍ବରୁ ଆଇପିଏଲ ଲିଗ୍ ପର‌୍ୟ୍ୟାୟର କାର‌୍ୟ୍ୟସୂଚୀ ଜାରି କରିଛି ବିସିସିଆଇ । ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ । ଏହା ପୂର୍ବରୁ ୧୯ ଫେବ୍ରୁଆରୀରେ ପ୍ରଥମ ଦଫାରେ ୧୭ଟି ମ୍ୟାଚ୍ ପାଇଁ କାର‌୍ୟ୍ୟସୂଚୀ ପ୍ରକାଶ କରାଯାଇଥିଲା । ତେବେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଲିଗ ପର‌୍ୟ୍ୟାୟର ସମସ୍ତ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି ବିସିସିଆଇ । ଆଇପିଏଲ ମ୍ୟାଚ୍ କାର‌୍ୟ୍ୟସୂଚୀ ଅନୁଯାୟୀ, ଗୋଟିଏ ମ୍ୟାଚ୍ ଥିଲେ ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ ଏବଂ ଯେଉଁଦିନ ଦୁଇଟି ମ୍ୟାଚ୍ ରହିଥିବ ସେଦିନ ଅପରାହ୍ନ ୪ଟାରୁ ମ୍ୟାଚ୍ ଆରମ୍ଭ ହେବ । ତେବେ କ୍ୱାଲିଫାୟର, ଏଲିମିନେଟର ଓ ଫାଇନାଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିନାହିଁ ବିସିସିଆଇ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ