ଆଇପିଏଲ ୨୦୨୦ ପାଇଁ ଖେଳାଳୀଙ୍କ ନିଲାମୀ ପ୍ରକ୍ରିୟା ଶେଷ
ଶେଷ ହେଲା ଆଇପିଏଲ ୨୦୨୦ ପାଇଁ ଖେଳାଳୀଙ୍କ ନିଲାମୀ ପ୍ରକ୍ରିୟା । ଏହି ନିଲାମରେ ୩୩୨ ଖେଳାଳି ସାମିଲ ହୋଇଥିବାବେଳେ ସେଥିମଧ୍ୟରୁ ୧୮୬ ଭାରତୀୟ, ୧୪୩ ବିଦେଶୀ ଓ ୩ ଜଣ ଆସୋସିଏଟ ଦେଶର ଥିଲେ। ସେଥିମଧ୍ୟରୁ ୮ଟି ଦଳ ୬୨ ଜଣ ଖେଳାଳୀଙ୍କୁ କିଣିଛନ୍ତି। ଏହି ନିଲାମୀ ପ୍ରକ୍ରିୟାରେ ସବୁଠାରୁ ଦାମୀ ଖେଳାଳୀଭାବେ ଅଷ୍ଟ୍ରେଲିଆର ପେସ୍ ବୋଲର ପ୍ୟାଟ୍ କୁମିନ୍ସଙ୍କୁ ୧୫.୫୦ କୋଟି ଟଙ୍କାରେ କିଣିଛି କୋଲକତା ନାଇଟ ରାଇଡର । ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳୀଙ୍କୁ କେତେ ଟଙ୍କାରେ କିଣାଯାଇଛି –
– ଅଷ୍ଟ୍ରେଲିଆର ପେସ ବୋଲର ପ୍ୟାଟ୍ କୁମିନ୍ସଙ୍କୁ ୧୫.୫୦ କୋଟିରେ କିଣିଲା କେକେଆର୍।
– ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସଓ୍ଵେଲଙ୍କୁ ୧୦.୭୫ କୋଟିରେ କିଣିଲା କିଙ୍ଗସ ଇଲେଭେନ ପଞ୍ଜାବ।
– ସାଉଥ ଆଫ୍ରିକାର କ୍ରିସ ମୋରିସଙ୍କୁ ୧୦ କୋଟିରେ କିଣିଲା ଆର୍ସିବି।
– ଓ୍ଵେଷ୍ଟଇଣ୍ଡିଜର ସେଲ୍ଡଅନ୍ କାଟ୍ରେଲଙ୍କୁ ୮.୫୦ କୋଟିରେ କିଣିଲା ପଞ୍ଜାବ।
– ଅଷ୍ଟ୍ରେଲିଆର ଅଲରାଉଣ୍ଡ ନାଥାନ କୁଲ୍ଟର ନାଇଲଙ୍କୁ ୮ କୋଟିରେ କିଣିଲା ମୁମ୍ଵାଇ।
– ଓ୍ଵେଷ୍ଟଇଣ୍ଡିଜର ସିମରନ୍ ହେତମାୟାରଙ୍କୁ ୫୦ ଲକ୍ଷରେ କିଣିଲା ଦିଲ୍ଲୀ କ୍ୟାପିଟାଲ।
– ପିୟୁଷ ଚାଓ୍ଵଲାଙ୍କୁ ୬.୭୫ କୋଟି ଟଙ୍କାରେ କିଣିଲା ଚେନ୍ନାଇ ସୁପର କିଙ୍ଗ୍ସ।
– ଇଂଲଣ୍ଡର ଇୟନ ମୋର୍ଗାନଙ୍କୁ ୫.୨୫ କୋଟି ଟଙ୍କାରେ କିଣିଲା କୋଲକତା।
-ମାର୍କ୍ସ ଷ୍ଟାଇନ୍ସଙ୍କୁ ୪.୮୦ କୋଟି ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ।
-ଅଷ୍ଟ୍ରେଲିଆର ଆରୋନ ଫିଞ୍ଚଙ୍କୁ ୪.୪୦ କୋଟିରେ କିଣିଲା ଆରସିବି।
-ରବିନ ଉଥାପ୍ପାଙ୍କୁ ୩ କୋଟିରେ କିଣିଲା ରାଜସ୍ଥାନ।
-ଜୟଦେବ ଉନାଦକତ୍ଙ୍କୁ ୩ କୋଟିରେ କିଣିଲା ରାଜସ୍ଥାନ।
– ଡେଲ ଷ୍ଟେନଙ୍କୁ ଆରସିବି ୨କୋଟି ଟଙ୍କାରେ କିଣିଲା।
– କ୍ରିସ୍ ଲିନ୍ଙ୍କୁ ୨ କୋଟିରେ କିଣିଲା ମୁମ୍ଵାଇ ଇଣ୍ଡିଆନ୍ସ।
-ଇଂଲଣ୍ଡର ଜାସନ ରଏଙ୍କୁ ୧.୫ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ।
-ଏଣ୍ଡ୍ରୁ ଟାଏଙ୍କୁ ୧ କୋଟିରେ କିଣିଲା ରାଜସ୍ଥାନ।
-କ୍ରିସ ଓ୍ଵକ୍ସଙ୍କୁ ୧.୫ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ।
-ପ୍ରବିଣ ତାମ୍ଵେଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା କେକେଆର୍।
-ଯଶଶ୍ଵି ଜୟସ୍ଵାଲଙ୍କୁ ୨.୪୦ କୋଟିରେ କିଣିଲା ରାଜସ୍ଥାନ।


